PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଗର୍ଲଫ୍ରେଣ୍ଡ ସହ ବିମାନରେ ଇକୋନୋମି କ୍ଲାସରେ ଯାତ୍ରା କଲେ ବିଟ୍ରେନ ପ୍ରଧାନମନ୍ତ୍ରୀ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨୯।୧୨: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଓ ତାଙନୂଆ ବର୍ଷ ପାଳନ କରିବା ପାଇଁ ସେଣ୍ଟ ଲୁସିୟା ଯାଇଛନ୍ତି। ଏହି ସମୟରେ ଦୁହେଁ ସାଧାରଣ ଯାତ୍ରୀଙ୍କ ଭଳି  ଇକୋନୋମି କ୍ଲାସରେ ଯାତ୍ରା କରିଥିଲେ। ବ୍ରିଟିସ୍ ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଇକୋନୋମି କ୍ଲାସରେ ଯାତ୍ରା କରି ଦେଶର ଲକ୍ଷାଧିକ ଟଙ୍କା ସଞ୍ଚୟ କରିଦେଇଛନ୍ତି।

ଏକ ରିପୋର୍ଟରୁ ମିଳିଥିବା ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ବୋରିସ୍ ଏୟାରଫୋର୍ସର ପ୍ରାଇଭେଟ୍ ଜେଟରେ ଯାତ୍ରା କରିପାରିଥାନ୍ତେ, ଯେଉଁଥିପାଇଁ ୯୩ ଲକ୍ଷ ଟଙ୍କା ଖର୍ଚ୍ଚ ଆସିଥାନ୍ତା। କିନ୍ତୁ ସେ ସାଧାରଣ ଲୋକଙ୍କ ଭଳି ଇକୋନୋମି କ୍ଲାସରେ ଯାତ୍ରା କରିଛନ୍ତି।

ବିମାନରେ ଯାତ୍ରା କରୁଥିବା ବୋରିସ୍ ଜନସନ୍ ଓ ତାଙ୍କର ଗର୍ଲଫ୍ରେଣ୍ଡ କେରି ସାଇମଣ୍ଡଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍ ଭାଇରାଲ ହୋଇଛି। ଓ୍ବିଣ୍ଡୋ ସିଟ୍ ଉପରେ ବସି ପ୍ରଧାନମନ୍ତ୍ରୀ ବହି ପଢୁଥିବାର ଫଟୋ ଦେଖିବାକୁ ମିଳିଛି।

ବୋରିସ୍ ଜନସନ୍ ନୂଆବର୍ଷ ଛୁଟି କାଟିବା ପାଇଁ ଗୁରୁବାର ସେଣ୍ଟ ଲୁସିଆରେ ପହଁଞ୍ଚିଥିଲେ। ସେ ଲଣ୍ଡନରୁ ବ୍ରିଟିସ୍ ଏୟାରଓ୍ବେଜ୍ ବିମାନରେ ବସିଥିଲେ। ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହିତ ଖୁବ୍ କମ୍ ସୁରକ୍ଷାକର୍ମୀ ରହିଥିଲେ। ସେମାନେ ବିମାନର ପଛ ଭାଗରେ ବସିଥିଲେ।