PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ମହିଳାଙ୍କର ଉନ୍ମତ୍ତ କାଣ୍ଡ – କିସ୍‌ କରି ଜଣେ ବ୍ୟକ୍ତିଙ୍କର ଜିଭ କାମୁଡ଼ି ଛିଣ୍ଡେଇ ଦେଲେ ! କଟା ଜିଭକୁ ନେଇ ଉଡ଼ିଗଲା ପକ୍ଷୀ

ଏଡନବର୍ଗ – ବ୍ରିଟେନ୍‌ରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜଣେ ମହିଳାଙ୍କର ଭୟାନକ କାଣ୍ଡ ହୃଦୟ ଥରାଇ ଦେଇଛି । ଜଣେ ମହିଳାଙ୍କ ସହ ବିବାଦ କାରଣରୁ ସେ ଜଣେ ବ୍ୟକ୍ତିଙ୍କର ଜୀବନକୁ ନଷ୍ଟ କରିଦେଇଛନ୍ତି। ସେ ସାରା ଜୀବନ ଆଉ କଥା ହୋଇପାରିବେ ନାହିଁ । କାରଣ ମହିଳା ଜଣଙ୍କ ତାଙ୍କୁ ଜବରଦସ୍ତ କିସ୍‌ କରି ତାଙ୍କ ଜିଭ କାଟି ଦେଇ ରାସ୍ତାରେ ଫୋପାଡ଼ି ଦେଇଥିଲେ। ବ୍ୟକ୍ତି ଜଣଙ୍କ ହଠାତ୍‌ କିଛି ବୁଝିବା ଆଗରୁ ଏକ ପକ୍ଷୀ ପଡ଼ିଥିବା ଜିଭକୁ ନେଇ ଉଡ଼ି ଯାଇଥିଲା।

ଏଡନବର୍ଗ ପୁଲିସ୍‌ ମୁତାବକ ଜେମ୍ସ ମେକେଞ୍ଜି କୌଣସି କାମରେ ଯାଉଥିଲେ।  ସେତେବେଳେ ରାସ୍ତାରେ ତାଙ୍କର ୨୭ ବର୍ଷିୟ ବେଥନୀ ରେୟାନଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। କିଛି ସମୟର ବିବାଦ ପରେ ହଠାତ୍‌ ବେଥନୀ ଜେମ୍ସଙ୍କୁ ଚୁମ୍ୱନ ଦେବାକୁ ଲାଗିଲେ । ଏଭଳି ଏକ ଘଟଣାକୁ ବେଥନୀ ବୁଝିବା ପୂର୍ବରୁ ଜେମ୍ସ ତାଙ୍କ ଜିଭ କାମୁଡ଼ି ଛିଣ୍ଡେଇ ଦେଇ  ରାସ୍ତାରେ ଫିଙ୍ଗି ଦେଇଥିଲେ । ହଠାତ୍‌ ଏକ ପକ୍ଷୀ ଆସି ସେଇ କଟା ଜିଭକୁ ନେଇ ଉଡ଼ି ଯାଇଥିଲା ।

ଡେଲି ମେଲ୍‌ର ରିପୋର୍ଟ ମୁତାବିକ୍‌ , ୧ ଅଗଷ୍ଟ, ୨୦୧୯ରେ ଏହି ଘଟଣାର ଶୁଣାଣି  ଏଡିନବର୍ଗ ଶେରିଫ କୋର୍ଟରେ ଚାଲୁଥିଲା। ଜେମ୍ସ ମେକେଞ୍ଜିଙ୍କର ଓକିଲ ସୁଜେନ ଡିକ୍ସନ କୋର୍ଟକୁ ସମସ୍ତ ସୂଚନା ଦେଇ କହିଥିଲେ,  ବିବାଦ ପରେ ଯେବେ ଜେମ୍ସ ଅଭିଯୁକ୍ତଙ୍କ ଆଡ଼କୁ  ବଢ଼ିଥିଲେ ତ  ସେ ବଡ଼ ଅଜବ ପ୍ରତିକ୍ରିୟା ଦେଇଥିଲେ । ଅଭିଯୁକ୍ତ ଜେମ୍ସଙ୍କୁ ଧକ୍କା ଦେଇଥିଲେ ଏବଂ ପୁଣି ତାଙ୍କୁ କିସ୍‌ କରିବାକୁ ଲାଗିଲେ । ଏହି ସମୟରେ  ସେ ଜେମ୍ସଙ୍କର ଜିଭକୁ ନିଜ ଦାନ୍ତରେ କାମୁଡ଼ି ଛିଣ୍ଡେଇ ଦେଇଥିଲେ ।

ଘଟଣା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜେମ୍ସଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କଟା ଜିଭ ଆଉ ନମିଳିବାରୁ ତାଙ୍କର ସର୍ଜରୀ ହୋଇ ପାରିଲା ନାହିଁ । ସାରା ଜୀବନ ସେ ବାକ୍‌ ଶକ୍ତି ହରାଇ ବସିଲେ । ସେପଟେ  ସଂପୂର୍ଣ୍ଣ ଘଟଣାକୁ ଅବଗତ ହେବା ପରେ , କୋର୍ଟ ବେଥନୀ ରେୟାନଙ୍କୁ , ଜେମ୍ସଙ୍କୁ  ଧକ୍କା ଦେବା , ଜବରଦସ୍ତ କିସ୍‌ କରିବା ଓ ତାଙ୍କର ଜିଭ ଛିଣ୍ଡାଇ ଦେବା ନେଇ ଦୋଷୀ ସାବ୍ୟସ୍ତ କରାଇ ଥିଲେ ।

ସମ୍ବନ୍ଧିତ ଖବର