ଭାଇର ମାଡ଼ରେ ଭଉଣୀ ମୃତ, ମେଳା ଦେଖିବାକୁ ଜିଦି କରିବାରୁ ମାରିଲା ଚାପୁଡ଼ା

ନୂଆପଡା ୧୯|୪: ଭାଇର ଚାପୁଡା ମାଡରେ ଭଉଣୀର ମୃତ୍ୟୁ ହୋଇଛି । ଭଉଣୀ ଅଙ୍କିତା ଦଣ୍ଡସେନା ଭାଇ ମୁଚୁକୁନ୍ଦୁ ଦଣ୍ଡସେନାକୁ ରାମନବମୀ ମେଳା ଦେଖାଇ ନେବା ପାଇଁ କହିଥିଲା। ମାତ୍ର ମୁଚୁକୁନ୍ଦୁ ଭଉଣୀକୁ ମନା କରିଦେଇଥିଲା। ତେବେ ପରେ ଭଉଣୀ ଅଧିକ ଜିଦି କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଚାପୁଡା ମାରିଥିଲା। ତେବେ ଦୁର୍ଭାଗ୍ୟଜନକ ଭାବେ ଭଉଣୀ ଅଙ୍କିତାର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏଭଳି ନିନ୍ଦନୀୟ ଘଟଣା ନୂଆପଡା ଖଡିଆଳ ଥାନା ନେହେନା ଗ୍ରାମରେ ଘଟିଛି।

ଭୟରେ ଘଟଣାକୁ ପରିବାରଲୋକ ଲୁଚାଇଦେଇ କେହି କିଛି ଜାଣିବା ପୂର୍ବରୁ ନିକଟସ୍ଥ ସୁନ୍ଦର ନଦୀ କୂଳକୁ ନେଇ ତରବରିଆ ସବ ସଂସ୍କାର କରି ଦେଇଥିଲେ। ତେବେ କୌଣସି ସୂତ୍ରରୁ ଖଡ଼ିଆଳ ପୋଲିସ ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହାଡ ପାଉଁଶ ଜବତ କରିଥିଲା। ଏହାସହ ମୁଖ୍ୟ ଅଭିଯୁକ୍ତ ମୁଚୁକୁନ୍ଦୁ ଦଣ୍ଡସେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।ବାପା ଦୁର୍ବାରଞ୍ଜନ ଦଣ୍ଡସେନା ସହ ପରିବାରର ୪ଜଣକୁ ଅଟକ ରଖି ପଚରାଉଚରା ଚଲାଇଥିବା ଖଡିଆଳ ଏସଡିପିଓ ବିରଞ୍ଚି ନାରାୟଣ ଦେହୁରି ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର