ସଡୁକୁ ହତ୍ୟା ଉଦ୍ୟମ କଲା ସଡୁ

ସାନଖେମୁଣ୍ଡି ୧୭/୩: ସଡୁକୁ ହତ୍ୟା ଉଦ୍ୟମ କଲା ସଡୁ । ପାଟପୁର ଥାନା ଅନ୍ତର୍ଗତ ଗୁଣସଗାର ଗାଁରେ ଘଟିଛି ଏଭଳି ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଦୀନବନ୍ଧୁ ମହାନ୍ତିଙ୍କୁ ହତ୍ୟା ଉଦ୍ୟମ କରିଛନ୍ତି ତାଙ୍କ ସଡୁ ଦିବାକର ନାହାକ ।
ଧାରୁଆ ଅସ୍ତ୍ରରେ ଦୀନବନ୍ଧୁଙ୍କୁ ଆକ୍ରମଣ କରିଛନ୍ତି ଦିବାକର । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ସଡୁ ଦିବାକର ନାହାକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।