ଲକ୍‌ଡାଉନ୍‌ରେ ଘର ବାହାରକୁ ଯିବାରୁ ଭାଇକୁ ମାରିଲା ଭାଇ

ମୁମ୍ବାଇ ୨୮/୩: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ନିୟମ ଉଲ୍ଲଙ୍ଘନ କରି ବାହାରେ ବୁଲିବା କାରଣରୁ ପଶ୍ଚିମ ମୁମ୍ବାଇର କାନ୍ଦିବାଲିରେ ବଡ ଭାଇ ସାନ ଭାଇକୁ ହତ୍ୟା କରିଥିବା ଜଣାପଡିଛି । ପୁଲିସ ମୁତାବକ, ପୁନେର ଏକ ପ୍ରାଇଭେଟ କମ୍ପାନିରେ କାମ କରୁଥିବା ୨୧ ବର୍ଷୀୟ ଦୁର୍ଗେଶ କରୋନା କାରଣରୁ ମୁମ୍ବାଇରେ ରହୁଥିବା ନିଜ ବଡ ଭାଇ ରାଜେଶଙ୍କ ଘରକୁ ଆସିଥିଲେ । ଲକ୍‌ଡାଉନ କାରଣରୁ ରାଜେଶ ଦୁର୍ଗେଶଙ୍କୁ ବାହାରକୁ ଯିବାକୁ ମନା କରିଥିଲେ । କିନ୍ତୁ ତାଙ୍କ କଥା ନ ମାନି ଦୁର୍ଗେଶ ବାହାରକୁ ଯିବା କାରଣରୁ ଉଭୟ ଭାଇଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ରାଜେଶ ଦୁର୍ଗେଶଙ୍କୁ ଘରେ ଥିବା ଫଳକଟା ଛୁରିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଦୁର୍ଗେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଏନେଇ ରାଜେଶଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ଭାଇଙ୍କୁ ହତ୍ୟା କରିବା ପରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି କେହି ତାଙ୍କ ଭାଇଙ୍କୁ ଦେଖିବାକୁ ଆସିବା ଆବଶ୍ୟକ ନାହିଁ ବୋଲି ଲେଖି ସେ ନିଜ ଘର ବାହାରେ ନୋଟିସ ଲଗାଇଥିଲେ । ଏହା ଦେଶରେ କରୋନା ଜନିତ ପ୍ରଥମ ହତ୍ୟା ମାମଲା । ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମହାରାଷ୍ଟ୍ରରେ ସର୍ବାଧିକ ରହିଛି ।

   ସମ୍ବନ୍ଧିତ ଖବର


AAP ରେ ଯୋଗ ଦେଇପାରନ୍ତି ନବଜୋତ ସିଂ ସିଦ୍ଧୁ : କେଜ୍ରିୱାଲ କହିଲେ…

ଏବେ ବି ରହସ୍ୟରେ: ସ୍ୱାମୀ-ସ୍ତ୍ରୀଙ୍କ କଳହରୁ ବଳିପଡିଲା କି ୫ ବର୍ଷର ଶିଶୁ ଜୀବନ?

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ନିଶାରେ ମା’କୁ ମାଡ଼ ମାରି ପୁଅ ଗିରଫ

ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ