ଦାନଗଦି ବଜାରରୁ ବ୍ରାଉନସୁଗାର ଜବତ, ଜଣେ ଗିରଫ…

ବ୍ୟାସନଗର: ଯାଜପୁର ରୋଡ ସହିତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଧଳାଜହର ଵେପାର ବଢୁଥିବା ପୁଲିସ ସୂଚନା ପାଇଥିଲା । ସେଥିପାଇଁ ଵ୍ରାଉନସୁଗାର ଵେପାରୀଙ୍କ ଉପରେ ନଜର ରଖାଯାଇଥିଲା । ଵୁଧବାର ରାତିରେ ୨ଜଣ ଯୁବକ ଦାନଗଦି ହାଟରେ ଧଳାଜହର ନେଇ ପହଞ୍ଚିଥିବା ପୁଲିସ ସୂଚନା ପାଇଥିଲା । ଦାନଗଦି ଫାଣ୍ଡି ଵାବୁ ଗୋବର୍ଦ୍ଧନ ନାୟକ ସଦଳବଳେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ପ୍ରାୟ ୩୦ହଜାର ଟଙ୍କା ମୂଲ୍ୟର ୫୦ପୁଡିଆ ବ୍ରାଉନସୁଗାର ସହିତ ମୟୁରଭଞ୍ଜର ଦେବବ୍ରତ ସାହୁ (୨୮) ଧରାପଡିଥିଲେ ।
କିନ୍ତୁ ପୁଲିସକୁ ଚକମା ଦେଇ ୨ଜଣ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଧରାପଡିଥିବା ଯୁବକ ଠାରୁ ୩୮୦୦ଟଙ୍କା ଜଵତ କରାଯାଇଥିଲା । ଧଳାଜହର କାରବାରର ଲିଙ୍କ ବାଲେଶ୍ବରରୁ ଥିବା ପୁଲିସ ଜାଣିବାକୁ ପାଇଛି । ଗିରଫ ଯୁବକ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।