ଢେଙ୍କାନାଳରୁ ୧୦ ଗ୍ରାମ ବ୍ରାଉନ୍ ସୁଗାର ସହ ୨ ଲକ୍ଷ ୯୩ହଜାର ଟଙ୍କା ଜବତ

ଢେଙ୍କାନାଳ : ଢେଙ୍କାନାଳ ରାମେଶ୍ୱରପୁରରୁ ବ୍ରାଉନ୍ ସୁଗାର ସହ ଅର୍ଥ ଜବତ ହୋଇଛି । ଏହି ବ୍ରାଉନ୍ ସୁଗାରକୁ ଜବତ କରିଛି ଟାଉନ୍ ଥାନା ପୁଲିସ୍ । ଏହା ସହ ଜଣେ ବ୍ୟକ୍ତି ବ୍ରାଉନ୍ ସୁଗାର ବିକ୍ରି କରୁଥିବା ବେଳେ ଗିରଫ ହୋଇଛନ୍ତି ।
ସୂଚନା ମୁତାବକ , ଶୁକ୍ରବାର ସକାଳ ୫ଟା୩୦ରେ କୌଣସି ସୂତ୍ରରୁ ଖବର ପାଇଁ ପୁଲିସ୍ ରାମେଶ୍ୱରପୁରରେ ରେଡ୍ କରିଥିଲା । ଏଠାରୁ ଜଣେ ବ୍ୟକ୍ତିଙ୍କ ପାଖରୁ ୧୦.୪୪୦ଗ୍ରାମର ବ୍ରାଉନ୍ ସୁଗାର ସହ ୨ ଲକ୍ଷ ୯୩ହଜାର ଟଙ୍କା ଜବତ ହୋଇଛି । ଏହା ସହ ତାଙ୍କ ପାଖରୁ ଗୋଟିଏ ବ୍ଲାକ୍ କଲର ଅପୋ ଏ-୯ ମୋବାଇଲ୍ ଫୋନ୍ , ୨ଟି ଦିଆସିଲ ବକ୍ସ , ୬୬ଖଣ୍ଡର କଲର ପେପର , ଗୋଟିଏ ଡିଜିଟାଲ ୱେଟିଂ ମେସିନ ଓ ଗୋଟିଏ ବଣ୍ଡଲର ଆଲୁମିନିୟମ ଫଏଲ ରୋଲ ଆଦିକୁ ପୁଲିସ ଜବତ କରିଛି ।
ଏହି ମାମଲାରେ ଆଗକୁ ତଦନ୍ତ ଜାରି ରହିଥିବା ପୁଲିସ୍ ସୂତ୍ରରୁ ପ୍ରକାଶ