PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଧରାପଡିଲା ବ୍ରାଉନସୁଗାର ବେପାରୀ : ୧ କୋଟି ୩୦ ଲକ୍ଷ ଟଙ୍କାର ଧଳା ଜହର ଜବତ

ବାଲେଶ୍ବର ୧୮।୮: ପୁଣି ବାଲେଶ୍ବର ସହରରୁ ବ୍ରାଉନ ସୁଗାର ଜବତ । ସହରର ମଛୁଆ ସାହିରୁ ସୋମବାର ରାତିରେ ୧ କୋଟି ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଶେକ୍ ରିଆଜୁଦ୍ଦିନ ନାମକ ଜଣେ ଯୁବକକୁ ଗିରଫ କରିଛି । ଜଳେଶ୍ବର ଥାନାର ଆଇଆଇସି ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ୍ ଯୋଗୁଁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ତେବେ ସେ ନିଲମ୍ବନ ହେବା ପରେ ବି ବାଲେଶ୍ବର ଜିଲ୍ଲା ପୋଲିସ ଆଖିକୁ ଧଳା ଜହର ଦେଖାଯାଉ ନାହିଁ । 

ନିଲମ୍ବିତ ଆଇଆଇସିଙ୍କ ବ୍ରାଉନସୁଗାର କାରବାରର ଅନେକ ଗୁମର ଜଣାଅଛି । ଜିଲ୍ଲା ପୋଲିସ ତାଙ୍କ ପାଖରୁ ଏହି ତଥ୍ୟ କାହିଁକି ସଂଗ୍ରହ କରୁନାହିଁ । ବ୍ରାଉନସୁଗାରର ହବ୍ ପାଲଟିଥିବା ବାଲେଶ୍ବର ଏବେ ଏସଟିଏଫ୍ ନଜରରେ । ଭୁବନେଶ୍ବରରୁ ଏସଟିଏଫ୍ ଆସି ବାଲେଶ୍ବରରୁ ଜବତ କରୁଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର । ତେବେ ବାଲେଶ୍ବର ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ କ’ଣ କରୁଛନ୍ତି ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି ।

ଜଳେଶ୍ବର ଥାନାର ଆଇଆଇସି ବ୍ରାଉନସୁଗାର ମାଫିଆଙ୍କ ସହ ଡିଲ୍ କରିବା ଅଡିଓ ଭାଇରାଲ୍ ହେବା ପରେ ସେ ନିଲମ୍ବିତ ହୋଇଛନ୍ତି । ଆଉ ନିଲମ୍ବନର ଦୁଇ ଦିନ ପରେ ବାଲେଶ୍ବର ସହର ଭିତରୁ ଏସଟିଏଫ୍ ଆସି ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।