PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦିୟୁରପ୍ପା, ପରବର୍ତ୍ତୀ CM କିଏ ହେବ ପା‌ଓ୍ବାର କରିଡରରେ ଚର୍ଚ୍ଚା

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। ସେମବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଏସ୍ ୟେଦିୟୁରପ୍ପା। ଏନେଇ ସେ ନିଜେ ସୋମବାର ଘୋଷଣା କରିଛନ୍ତି। ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଆଜିହିଁ କର୍ଣ୍ଣାଟକରେ ବିଜେପି ସରକାରକୁ ୨ ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ଗାଦିରେ ୨ ବର୍ଷ ରହିବା ପରେ ଇସ୍ତଫା ଦେଇଛନ୍ତି ୟେଦିରୁପ୍ପା। ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ? ସେ ନେଇ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା।

ୟେଦିୟୁରପ୍ପା ଇସ୍ତଫା ଦେବା ପରେ କହିଛନ୍ତି ଯେ, କର୍ଣ୍ଣାଟକବାସୀଙ୍କ ପାଇଁ ଆହୁରି ବହୁତ କାମ କରିବାର ଅଛି। ଆମେ ସମସ୍ତେ ମିଳିମିଶି ପରିଶ୍ରମ କରିବୁ। ଆଉ ରାଜ୍ୟ ପାଇଁ କାମ କରିବୁ। ଏଥିସହିତ ସର୍ବଦା ଅଗ୍ନି ପରୀକ୍ଷା ଦେଉଥିବା କଥା କହିଛନ୍ତି ୟେଦିୟୁରପ୍ପା।

ନିକଟରେ ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ସେ ଇସ୍ତଫା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ରାଜ୍ୟ ସରକାରଙ୍କ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି। ଅନ୍ୟପଟେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଖୁବଶୀଘ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ ବୋଲି ପ୍ରଭାରୀ ଅରୁଣ ସିଂହ କହିଛନ୍ତି। ଏଥିସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫୋନ୍‌ ଯୋଗେ କଥା ହେଲେ ପ୍ରଭାରୀ ଅରୁଣ ସିଂହ।

ପ୍ରକାଶ ଥାଉକି, ଜୁଲାଇ ୧୭ ରେ, ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା ଦିଲ୍ଲୀ ଗସ୍ତ ସମୟରେ ତାଙ୍କ ଇସ୍ତଫା ଖବରକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ ଯେ, ଏକ ପ୍ରକଳ୍ପ ସଂପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଆସିଛନ୍ତି। ତେବେ ୟେଦୁରୁପ୍ପାଙ୍କ ବିରୋଧୀମାନେ ଦାବି କରିଥିଲେ ଯେ ଦଳରେ ବଢୁଥିବା ଅସନ୍ତୋଷ ବିଷୟରେ ଆଲୋଚନା କରିବା ପାଇଁ ୟେଦୁରପ୍ପାଙ୍କୁ ଦିଲ୍ଲୀ ଡକାଯାଇଥିଲା । ସେ ଇସ୍ତଫା ଦେଇପାରନ୍ତି ।

ସମ୍ବନ୍ଧିତ ଖବର