ପ୍ରଦୂଷଣ ହେବ ହ୍ରାସ: ୨୦୨୦ ଏପ୍ରିଲରୁ ବିଏସ୍-୬ ଗାଡ଼ି ଆଣୁଛନ୍ତି ସରକାର

ନୂଆଦିଲ୍ଲୀ ୯।୧୦: ଦେଶରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ସହରାଞ୍ଚଳଗୁଡ଼ିକରେ ବାୟୁ ପ୍ରଦୂଷଣ ଉତ୍କଟ ହେବାରେ ଲାଗିଲାଣି । ତେବେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଏବେ ସରକାର ଚିନ୍ତା କରିଛନ୍ତି। କାରଣ ୨୦୨୦ ଏପ୍ରିଲ ପହିଲାରୁ ଦେଶର ପ୍ରମୁଖ ସହର ଗୁଡ଼ିକରେ ମିଳିବ ବିଏସ୍-୬ ଇନ୍ଧନ । ଏହାଦ୍ୱାରା ଗାଡ଼ି ଚଳାଚଳ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୂଷଣ ୮୦ରୁ ୯୦ ପ୍ରତିଶତ ରୋକାଯାଇ ପାରିବ । ଏଥିପାଇଁ କେନ୍ଦ୍ର ସରକାର ୬୦ କୋଟି ଟଙ୍କା ନିବେଶ କରିଛନ୍ତି। ଅନ୍ୟପଟେ କାର୍ବନ ପ୍ରଦୂଷଣକୁ ରୋକିବା ଦିଗରେ ଏହି ବିଏସ୍-୬ ଇନ୍ଧନ ଯଥେଷ୍ଟ ସହାୟକ ହେବା ସହ ଏହା ଇଂଜିନର ଜାଳେଣି ଦକ୍ଷତା ମଧ୍ୟ ବଢ଼ାଇବ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ପୂର୍ବରୁ ବିଏସ୍-୬ ମାନର ଇନ୍ଧନ ମିଳୁଛି। ଦେଶର ପ୍ରମୁଖ ସହର ଗୁଡ଼ିକରେ ମିଳିବ ବିଏସ୍-୬ ଇନ୍ଧନ।ମଙ୍ଗଳବାର ଦିନ ଜୟପୁରରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ତଥା ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏ ବାବଦରେ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଦେଶର ୧୨୨ ସହର ପାଇଁ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି । ପ୍ରକାଶ ଜାଭଡ଼େକର କହିଛନ୍ତି ସରକାରୀ ପ୍ରୟାସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ ହଜାର ବର୍ଗ କିମି କ୍ଷେତ୍ରରେ ଜଙ୍ଗଲ ବଢ଼ିପାରିଛି । ଆଗକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


‘ମାତୃଭୂମି’ର ପରିଚାଳନା ନିର୍ଦ୍ଦେଶକଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତା

ଟ୍ରମ୍ପଙ୍କ ଲୁଚକାଳି ଖେଳ ! କେତେବେଳେ ଭାରତ ସହ ତ କେତେବେଳେ ଚୀନ୍‌ ସହ … ଭାରତ-ଚୀନ୍‌ ବିବାଦ ନେଇ ଟ୍ରମ୍ପ ଦେଲେ ଏମିତି ମତ

ପଶ୍ଚିମବଙ୍ଗରେ ୧ ଜୁନରୁ ଖୋଲିବ ଧାର୍ମିକ ସ୍ଥଳ, ୮ରୁ ସବୁ କର୍ମଚାରୀ କାମକୁ ଫେରିବେ

ମୋଦି ସରକାରଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ, ଖୋଲି ଦିଅନ୍ତୁ ଲକଡାଉନ୍, ବସ୍ ସ୍କୁଲ-କଲେଜ୍ ବନ୍ଦ ରହୁ

ପୁଣି କମିଲା ସୁନା ଦର

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା