କାର୍ ଓ ବାଇକ୍ କିଣିବା ପୂର୍ବରୁ ହୁଅନ୍ତୁ ସାବଧାନ! ମାର୍ଚ୍ଚ ୩୧ରୁ ବଦଳି ଯିବ ଏହି ନିୟମ

ବେଜିଂ, ୧୪|୦୨: ଯଦି ଆପଣ କାର୍ କିମ୍ବା ବାଇକ୍ କିଣିବାକୁ ଯାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ଖବର ଅଟେ। ସୁପ୍ରିମକୋର୍ଟ ପୁଣି ଥରେ ମାର୍ଚ୍ଚ ୩୧ ପରଠୁ ବିଏସ-୪ ଇଞ୍ଜିନ ବାହାନ ବିକ୍ରି କରାଯାଇ ପାରିବ ନାହିଁ ବୋଲି କହି ସାରିଛନ୍ତି। ଆଜି କୋର୍ଟ ଏହା ଅଟୋମୋବାଇଲ ଡିଲର୍ସଙ୍କ ଯାଚିକାକୁ ଖାରଜ କରି କହିଛନ୍ତି।

ନୂଆ କାର୍ କିମ୍ବା ବାଇକ୍ କିଣିବାକୁ ଯାଉଥିଲେ ବିଏସ ନମ୍ବରକୁ ନେଇ ଆଲର୍ଟ ରୁହନ୍ତୁ। ଯଦି ଆପଣ ପୁରୁଣା ଗାଡି କିଣୁଛନ୍ତି ତେବେ ବିଏସ ନମ୍ବରକୁ ମଧ୍ୟ ନଜରରେ ରଖନ୍ତୁ। ନଚେତ ଆପଣଙ୍କୁ ବିଏସ-୪ରୁ ବିଏସ-୬କୁ ଅପଗ୍ରେଡ୍ କରିବାକୁ ପଡିପାରେ। ଏହି ଅପଗ୍ରେଡେସନରେ ୧୦ ହଜାରରୁ ୨୦ ହଜାର ଟଙ୍କା ଖର୍ଡ୍ଡ ହେବ।

ବିଏସ-୬ ଇଞ୍ଜିନ କଣ

ଗାଡିମଟରର କଥା ଉଠିଲେ ବିଏସକୁ ସମସ୍ତେ ଧ୍ୟାନରେ ରଖିଥାନ୍ତି। ବିଏସର ଅର୍ଥ ହେଉଛି ଭାରତ ଷ୍ଟେଜ୍। ଏହା ଏପରି ଏକ ମାନକ ଯାହା ଦେଶରେ ଗାଡି ଇଞ୍ଜିନରୁ ବ୍ୟାପୁଥିବା ପ୍ରଦୂଷଣକୁ ମାପିଥାଏ।ଏହାକୁ ଭାରତ ସରକାର ପ୍ରସ୍ତୁତ କରିଛନ୍ତି। ଅଧିକ ବିଏସ ନମ୍ବର ଅର୍ଥାତ ପରିବେଶ ପାଇଁ ଅଧିକ ଅନୁକୂଳ।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

ହ୍ୱାଟ୍‌ସଆପ୍‌ ଫର୍‌ୱାର୍ଡ ମେସେଜ୍‌ରେ କଟକଣା: ଥରକେ ପଠାଇହେବ ଗୋଟିଏ ମେସେଜ୍‌

ଅର୍ଥନୀତିକୁ ୫ ଲକ୍ଷ କୋଟି ଦରକାର, ଆରବିଆଇଠାରୁ ସରକାର ନିଅନ୍ତୁ ଋଣ: ପୂର୍ବତନ ଅର୍ଥସଚିବ