ଭାରତ-ପାକ୍ ସୀମାରେ ସୁଡଙ୍ଗ: ସ୍ୟାଣ୍ଡବ୍ୟାଗରେ ଲେଖାଥିଲା ‘କରାଚୀ’, ଆରମ୍ଭ ହେଲା ସର୍ଚ୍ଚ ଅପରେସନ୍

ଜମ୍ମୁ,୨୯।୮: ସୀମା-ସୁରକ୍ଷାବଳ (ବିଏସଏଫ) ଶନିବାର ଜମ୍ମୁ-କଶ୍ମୀରରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଲାଗଥିବା ବାଡ ତ​‌ଳେ ଏକ ସୁଡଙ୍ଗ ଠାବ କରିଛି। ଏବେ ଏଭଳି ଆହୁରି କିଛି ଲୁଚି ହୋଇ ରହିଥିବା ସୁଡଙ୍ଗକୁ ଖୋଜିବାର ବଡ ଧରଣର ଅପରେସନ୍ ଆରମ୍ଭ ହୋଇଯାଇଛି। ଏଭଳି ସୁଡଙ୍ଗ ଦ୍ବାରା ଅନୁପ୍ରବେଶକାରୀଙ୍କୁ ସହାୟତା ମିଳିଥାଏ।

ବିଏସଏଫ ମହାନିର୍ଦେଶକ ରାକେଶ ଆସ୍ଥାନା ନିଜର ସୀମାବର୍ତ୍ତୀ କମାଣ୍ଡରଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି ଯେ, ଅନୁପ୍ରବେଶକାରୀ ରୋଧୀ ଗ୍ରୀଡ୍  (anti-infiltration grid)ଜାରି ରହିଛି ଓ ଏନେଇ କୌଣସି କାମ ଢିଲା କରିହେବନି। ଜମ୍ମୁର ସାମ୍ବା ସେକ୍ଟରରେ ଗୁରୁବାର ଭାରତୀୟ ସୀମା ଓ ସୀମାରେ ଲାଗିଥିବା ବାଡରୁ ପ୍ରାୟ ୫୦ ମିଟର ଦୂରରେ ଏକ ସୁଡଙ୍ଗ ସମ୍ପର୍କରେ ବିଏସଏଫର ପାଟ୍ରୋଲିଂ ଟିମକୁ ଜଣାପଡିଛି।

ସୁଡଙ୍ଗର ମୁହଁରେ ପ୍ଲାଷ୍ଟିକର ସ୍ୟାଣ୍ଡବ୍ୟାଗ୍ ମିଳିଥିଲା, ଯାହାଉପରେ ‘ପାକିସ୍ତାନୀ ଚିହ୍ନ’ ଥିଲା। ସୁଡଙ୍ଗ ମୁହଁ ପରେ ଏହା ପ୍ରାୟ ୨୫ ଫୁଟ ଗଭୀଭ ଥିଲା ଓ ସୀମାବଳ ଏହି କ୍ଷେତ୍ରରେ ଆଇବି ସହିତ ମିଶି ଏକ ବଡ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦେଇଛନ୍ତି। ବିଏସଏଫ ଆଇଜି ଏନଏସ୍ ଜାମଓ୍ବାଲଙ୍କ କହିବା ଅନୁସାରେ, ମିଳିଥିବା ସ୍ୟାଣ୍ଡବ୍ୟାଗରେ ପାକିସ୍ତାନୀ ଚିହ୍ନ ସ୍ପଷ୍ଟ ଭାବରେ ଦେଖାଯାଉଛି। ପାକିସ୍ତାନୀ ରେଞ୍ଜର ଓ ଅନ୍ୟ ଏଜେନ୍ସିର ବିନା ସହମତି ଓ ଅନୁମୋଦନରେ ଏଭଳି ବଡ ସୁଡଙ୍ଗ କରିହେବନି।

   ସମ୍ବନ୍ଧିତ ଖବର


କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଯୌନ ରାକ୍ଷସ ଭାଇ ବୁଝିଲାନି ପବିତ୍ର ରାଖୀର ବନ୍ଧନ: ଦାଦାର ନାବାଳିକା ଝିଅକୁ ଦୁଷ୍କର୍ମ କଲା ବଡ଼ବାପା ପୁଅ

ଚଳନ୍ତା ଟ୍ରେନ୍‌ର ବାଥରୁମ୍‌‌ରେ ନାବାଳିକଙ୍କୁ ଦୁଷ୍କର୍ମ ଉଦ୍ୟମ କଲା ସମ୍ରାଟ: ଯୌନ ପିପାଷୁ ଠିକାଦାରକୁ ବାନ୍ଧିଲା ଜିଆର୍‌ପି

ନାକ ମାଧ୍ୟମରେ ମସ୍ତିଷ୍କରେ ପ୍ରବେଶ କରିପାରେ କରୋନା ଭାଇରସ୍‌ – ଅଧ୍ୟୟନ