ସହିଦଙ୍କ ମରଶରୀରକୁ ଦେଖି ହୃତଘାତରେ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ

ପୁଲଓ୍ବାମା,୧୮/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍ ଯବାନ ସହିଦ ହେବା ପରେ ଗୋଟେ ପଟେ ପ୍ରତିଶୋଧର ନିଆଁ ଜଳୁଥିବାବେଳେ ଅନ୍ୟ ପଟେ ପରିବାର ଲୋକଙ୍କ ଆଖିରେ ଏଯାଏ ଲୁହ ଶୁଖୁନି। ସାରା ଦେଶ ଆଜି ସେମାନଙ୍କୁ ଝୁରି ହେଉଛି। ବିହାର ସାସାରାମରେ ସହିଦ ହୋଇଥିବା ୪୦ଜଣ ସହିଦ ଯବାନଙ୍କ ମରଶରୀରକୁ ନେବାବେଳେ ଜଣେ ଯବାନଙ୍କ ହୃତଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ ଯେ, ୧୪ ତାରିଖରେ ପୁଲଓ୍ବାମା ଆତଙ୍କବାଦୀ ବିସ୍ପୋରଣରେ ୪୦ଜଣ ଯବାନ୍ ସହିଦ୍ ହୋଇଥିଲେ। ଏଥିରେ ବିହାର ସାସାରାମରେ ବସବାସ କରୁଥିବା ଯବାନ ବି ସହିଦ ହୋଇଥିଲେ। ଆତଙ୍କବାଦୀ ଆକ୍ରମଣରେ ସାଥୀ ଯବାନଙ୍କ ଖଣ୍ଡବିଖଣ୍ଡିତ ଶରୀର ଦେଖି ସାଥୀ ବିଏସ୍ଏଫ୍ର ଏଏସଆଇ ପଦରେ ନିଯୁକ୍ତି ପାଇଥିବା ଯବାନ ନିତ୍ୟାନନ୍ଦ ସିଂ ସହୟ କରିପାରିନଥିଲେ। ଫଳରେ ନିତ୍ୟାନନ୍ଦ ସିଂଙ୍କ ହୃତଘାତରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଚାୟା ଖେଳିଯାଇଛି। ପୁଲଓ୍ବାମା ସହିଦ ହୋଇଥିବା ଯବାନଙ୍କ ମଧ୍ୟରୁ କିଛି ଯବାନ ନିତ୍ୟାନନ୍ଦଙ୍କ ଭଲ ବନ୍ଧୁ ଥିଲେ। ବନ୍ଧୁଙ୍କ ଏପରି ଅବସ୍ଥା ଦେଖି ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ବୋଲି ସୂଚନା ମିଳିଛି।