PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ପାକିସ୍ତାନୀ ଡ୍ରୋନ୍କୁ ଗୁଳିକରି ଖସାଇଲା ଭାରତୀୟ ସଶସ୍ତ୍ର ବାହିନୀ

ନୂଆଦିଳ୍ଲୀ,୨୬।୨: ଗୁଜୁରାଟର କଚ୍ଛ ଜିଲ୍ଲାରେ ପାକିସ୍ତାନର ଏକ ମାନବ ରହିତ ଉଡାଜାହାଜ (ୟୁଏଭି)  (ଡ୍ରୋନ୍) କୁ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଗୁଳିକରି ଖସାଇ ଦିଆଯାଇଥିବା ଜଣାପଡ଼ିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଘଟଣା ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟରେ ଜୈସର ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯିବାର କିଛି ସମୟ ପରେ ଘଟିଥିଲା।

ଏହି ମାନବରହିତ ଉଡାଜାହାଜକୁ କଚ୍ଛ ଜିଲ୍ଳାର ଅବଦସା ତହସିଲ ଅନ୍ତର୍ଗତ ନାଂଗଟାଟାଡ ପାଖରେ ଦେଖିବାକୁ ମିଳିଥିଲା। ପ୍ରଥମେ ସକାଳେ ପ୍ରାୟ ଛଅଟା ସମୟରେ ସେହି ଅଞ୍ଚଳରେ ଗ୍ରାମବାସୀ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତାପରେ ପାକିସ୍ତାନରେ ଏହି ମାନବରହିତ ଉଡାଜାହାଜକୁ ଭାରତୀୟ ସଶସ୍ତ୍ର ବାହିନୀ ଗୁଳି ମାରିଥିଲା। ଜଣେ ଅଧିକାରୀଙ୍କ କହିବାନୁସାରେ, କେଉଁ ପରିସ୍ଥିତିରେ ଏହି ମାନବରହିତ ଉଡାଜାହାଜ ଭାରତକୁ ଆସିଥିଲା ତାର ତଦନ୍ତ କରାଯାଉଛି। ତେବେ ଅଧିକାରୀଜଣକ ଏହି ସମ୍ପର୍କରେ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର