BSNL, Airtel ଓ Vodafone-Idea ଗ୍ରାହକ ଘରେ ବସି ଆୟ କରିପାରିବେ, କିଛି ଦିନ ପାଇଁ ଅଫର୍

ନୂଆଦିଲ୍ଲୀ ୩୦/୪: ବିଏସଏନଏଲ୍ ନିଜ ଗ୍ରାହକଙ୍କୁ ଘରେ ବସି ଟଙ୍କା କମାଇବା ପାଇଁ ସୁଯୋଗ ଦେଉଛି । ବିଏସଏନଏଲ୍ ଏମିତି ଏକ୍ସ ସ୍କିମ ଲଞ୍ଚ୍ କରିଛି ଯେଉଁଥିରେ ଗ୍ରାହକଙ୍କୁ ଅନ୍ୟ ଜଣଙ୍କ ରିଚାର୍ଜ କରି ୪ ପ୍ରତିଶତ ଡିସ୍କାଉଣ୍ଟ ପାଇପାରିବେ । ଏହି ଅଫର୍ ଅନୁସାରେ ବିଏସଏନଏଲର ରେଜିଷ୍ଟର୍ଡ ୟୁଜର୍ସ ନିଜ ବନ୍ଧୁ, କିମ୍ବା ସମ୍ପର୍କୀୟଙ୍କ ରିଚାର୍ଜ କରି ୪% କ୍ୟାଶବ୍ୟାକ୍ ଆୟ କରିପାରିବେ ।

ଟେଲିକମଟେକର ରିପୋର୍ଟ ଅନୁସାରେ ବିଏସଏନଏଲ୍  ଏପ୍ରିଲ ପ୍ରଥମ ମାସରୁ ହିଁ ନିଜର ଏମିତି ୨ ସ୍କିମର ଫାଇଦା ଦେଉଛି । ୨ଟି ଯାକ ସ୍କିମ ‘ଘରେ ବସି ରିଚାର୍ଜ’, ଓ ’ନିଜ ଲୋକଙ୍କ ସାହାଯ୍ୟରେ ରିଚାର୍ଜ’ ମାଧ୍ୟମରେ ୟୁଜର୍ସ ଘରେ ବସି ଆୟ କରିପାରିବେ । କମ୍ପାନୀର ଏହି ସ୍କିମ ଲୋକଙ୍କୁ ଲକଡାଉନରେ ଅନେକ ସାହାଯ୍ୟ କରୁଛି ।

ବିଏସଏନଏଲ ଗ୍ରାହକ ନିଜ ଫ୍ରେଣ୍ଡମାନଙ୍କୁ ରିଚାର୍ଜ ପାଇଁ ରିକ୍ୱେଷ୍ଟ ପଠାଇପାରିବେ । ଲାଟେଷ୍ଟ ଡିସ୍କାଉଣ୍ଟ ସ୍କିମ ଅଫିସିଆଲ୍ My BSNL  ଆପ୍ ଜରିଆରେ ଉପଲବ୍ଧ କରାଯାଇଛି ।

ଭୋଡାଫୋନ୍-ଆଇଡିଆ ମଧ୍ୟ ଦେଉଛନ୍ତି ଅଫର୍
କରୋନା ଭାଇରସ ଲକଡାଉନକୁ ନଜରରେ ରଖି ଟେଲିକମ୍ ଅପରେଟର ଭୋଡାଫୋନ୍-ଆଇଡିଆ  ‘Recharge for Good’  ଅଫର୍ ଘୋଷଣା କରିଥିଲେ । କମ୍ପାନୀର ଏହି ପ୍ରୋଗ୍ରାମର ଉଦ୍ଦେଶ୍ୟ ଅନଲାଇନ୍ ରିଚାର୍ଜକୁ ପ୍ରୋତ୍ସାହନ ଦେବା ।

ଏହି ସ୍କିମରେ ୟୁଜର୍ସ ଅନ୍ୟ ନମ୍ବରକୁ ରିଚାର୍ଜ କରି ପୁରସ୍କାର ପାଇପାରିବେ । ଏଥିରେ ୟୁଜର୍ସ ନିଜ ବନ୍ଧୁ, ପରିବାର ଲୋକ କିମ୍ବା କମ୍ପାନୀର ଅନ୍ୟ ଗ୍ରାହକଙ୍କ ମୋବାଇଲ୍ ନମ୍ବର ରିଚାର୍ଜ କରିପାରିବେ । ଏହା ବଦଳରେ ସେମାନଙ୍କୁ ୬ ପ୍ରତିଶତ କ୍ୟାଶବ୍ୟାକ୍ ମିଳିବ ।

ଏୟାରଟେଲ୍ ମଧ୍ୟ କରୁଛି ଏମିତି ପ୍ଲାନ୍
ଭାରତୀୟ ଏୟାରଟେଲ୍ ମଧ୍ୟ ଚଳିତ ସପ୍ତାହରେ ଏମିତି ପ୍ରୋଗ୍ରାମ ଆରମ୍ଭ କରିଛି ଯେଉଁଥିରେ ଥ୍ୟାଙ୍କ୍ସ ଆପରେ Super Hero feature  ଜରିଆରେ କ୍ୟାଶବ୍ୟାକ୍ ମିଳୁଛି ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ମାତ୍ର ୧ ଟଙ୍କାରେ କିଣି ପାରିବେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା, ଜାଣନ୍ତୁ…

ବଜାରକୁ ଆସୁଛି Harley-Davidsonର ଇଲେକ୍ଟ୍ରିକ୍ ସାଇକେଲ୍, ଜାଣନ୍ତୁ କ’ଣ ରହିଛି ବିଶେଷ୍ବତ

ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…