ବିଏସଏନଏଲ୍ ଗ୍ରାହକଙ୍କୁ ବଡ ଝଟ୍‌କା ! ଏହି ପପୁଲାର୍ ପ୍ଲାନରେ ଆଉ ମିଳିବନି ପୂର୍ବ ଭଳି ଫାଇଦା

ନୁଆଦିଲ୍ଲୀ ୨୭/୧: ବିଏସଏନଏଲ୍ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଖରାପ ଖବର । କମ୍ପାନୀ ନିଜ ପପୁଲାର୍ ପ୍ଲାନରେ ପରିବର୍ତ୍ତନ କରିଛି ଯେଉଁଥିରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା କମ୍ ବେନିଫିଟ୍ ମିଳିବ । ବିଏସଏନେଲ୍ ନିଜ ୧୧୮ ଟଙ୍କିଆ ପ୍ଲାନକୁ ରିଭାଇଜ୍ କରିଛି । ଏହା ପରେ ଏହାର ଭ୍ୟାଲିଡିଟି କମିଯାଇଛି । ପୂର୍ବରୁ ଏହି ପ୍ଲାନରେ ଗ୍ରାହକଙ୍କୁ ୩୬୫ ଦିନ ଅର୍ଥାତ୍ ପୂରା ବର୍ଷ ଭ୍ୟାଲିଡିଟି ମିଳୁଥିଲା । ଏବେ ଏଥିରେ ମାତ୍ର ୩୦୦ ଦିନର ବୈଧତା ମିଳିବ ।

ଏହାର ଅର୍ଥ ଏଥିରେ ଏବେ ଗ୍ରାହକଙ୍କୁ ୬୫ ଦିନର କମ୍ ବୈଧତା ମିଳୁଛି । କମ୍ପାନୀ ନିକଟରେ ନିଜ ୧୧୮୮ ଟଙ୍କିଆ ‘Marutham Plan’ କୁ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଉପଲବ୍ଧ କରାଇବାର ଘୋଷଣା କରିଥିଲା । ଅର୍ଥାତ୍ ଗ୍ରାହକ ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ କେବେ ବି ରିଚାର୍ଜ କରାଇ ୩୦୦ ଦିନର ବୈଧତା ପାଇପାରିବେ । ୧୧୮୮ ଟଙ୍କିଆ ବିଏସଏନଏଲ୍ ପ୍ରିପେଡ୍ ରିଚାର୍ଜକୁ ଗତ ବର୍ଷ ପ୍ରମୋଶନାଲ୍ ଅଫର ଭାବେ ଜୁଲାଇରେ ଲଞ୍ଚ କରାଯାଇଥିଲା ।

ଏହି ପ୍ଲାନର ଫାଇଦା
ବିଏସଏନଏଲର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୨୫୦ ମିନିଟ୍ ଭଏସ୍ କଲିଂ ମିଳିବ । ଏଥିରେ ଲୋକାଲ୍ ଓ ନ୍ୟାସନାଲ୍ ଉଭୟ କଲ୍ କରିପାରିବେ ଗ୍ରାହକ । କଲିଂ ମିନିଟ୍ସ ବ୍ୟତୀତ ଏହି ପ୍ଲାନରେ ପ୍ରତିଦିନ ୧୦୦ ଫ୍ରି ଏସଏମଏସର ଫାଇଦା ମଧ୍ୟ ମିଳିବ । ଇଣ୍ଟରନେଟ୍ ରୂପେ ପ୍ଲାନରେ ୨ ଜିବି ଡାଟା ମଧ୍ୟ ମିଳିବ ।

ମିଳିବ ଶସ୍ତା ବ୍ରଡବ୍ୟାଣ୍ଡ୍ ପ୍ଲାନ୍
ବିଏସଏନଏଲ୍ ନିକଟରେ ଗ୍ରାମୀଣ ଅଞ୍ଚଳରେ ଉତ୍ତମ ଇଣ୍ଟରନେଟ୍ ସେବା ପ୍ରଦାନ କରିବା ପାଇଁ ଭାରତ ଏୟାର ଫାଇଭର ନାମକ ସେବା ଲଞ୍ଚ କରିଛି । ବିଏସଏନଏଲ୍ ଆଗାମୀ ଆର୍ଥିକ ବର୍ଷରେ ପ୍ରାୟ ୧ ଲକ୍ଷ ବ୍ରଡବ୍ୟାଣ୍ଡ କଷ୍ଟମର୍ସଙ୍କୁ ଯୋଡିବା ପାଇଁ ଲକ୍ଷ୍ୟ ରଖିଛି । ଏହି ସର୍ଭିସ୍ ୫୦୦ ଟଙ୍କା ପ୍ରତି ମାସିକ ଆରମ୍ଭ ହେବ । ଭାରତ ଏୟର ଫାଇଭରରେ ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ଭଏସ୍ ସର୍ଭିସ୍ ମଧ୍ୟ ଦିଆଯିବ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା