PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଅଧା କର୍ମଚାରୀ କାଢ଼ିବ ବିଏସ୍‌ଏନ୍‌ଏଲ୍‌: ଭିଆରଏସ ନେବେ ୮୦,୦୦୦ କର୍ମଚାରୀ

ନୂଆଦିଲ୍ଲୀ ୫/୯: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି । କମ୍ପାନି ନିଜ ପରିଚାଳନା ଖର୍ଚ୍ଚ ଭରଣା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରୁଛି । ଆର୍ଥିକ ଦିଗରୁ ସବଳ ହେବା ପାଇଁ ଏହା କେତେକ ବିକଳ୍ପ ବାଟ ବାଛିବ ବୋଲି ବିଚାର କରୁଛି । ଏହି ବିକଳ୍ପ ଭାବେ ବିଏସ୍‌ଏନ୍‌ଏଲ୍‌ ଏହାର କର୍ମଚାରୀ ସଂଖ୍ୟା କମାଇବ । ଭିଆରଏସ (ସ୍ୱେଚ୍ଛାକୃତ ଅବସର) ବ୍ୟବସ୍ଥା ଆପଣାଇ କମ୍ପାନି ଏହାର ଅଧା କର୍ମଚାରୀଙ୍କୁ କାଢ଼ିବ ବୋଲି ଜଣାପଡ଼ିଛି ।
ବିଏସ୍‌ଏନ୍‌ଏଲ୍‌ର ଅଧ୍ୟକ୍ଷ ପ୍ରବୀଣ କୁମାର ପୁରୱାର ଏକ ସାକ୍ଷାତକାରରେ ଏଭଳି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, କମ୍ପାନିର କର୍ମଚାରୀ ବାବଦ ଖର୍ଚ୍ଚ ଏହାର ମୋଟ ରାଜସ୍ୱର ୭୫% । ଆର୍ଥିକ ସଂକଟ ମଧ୍ୟରେ ରହି ଏତେ ଖର୍ଚ୍ଚ ମୁଣ୍ଡାଇବା କଷ୍ଟକର ବ୍ୟାପାର । ତା’ଛଡ଼ା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଟେଲିକମ୍‌ କମ୍ପାନିଙ୍କ ତୁଳନାରେ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ ସଂଖ୍ୟା ଆଶାତୀତ ଅଧିକ । ତେଣୁ କର୍ମଚାରୀ ହ୍ରାସ ଏକ ଭଲ ବିକଳ୍ପ ସାଜିପାରିବ ବୋଲି ଆମେ ଭାବୁଛୁ ।

କମ୍ପାନି ଏବେ ଭିଆରଏସ ପ୍ରସ୍ତାବ ଉପରେ ବିଚାର କରୁଛି । ଆମେ ୭୦,୦୦୦ରୁ ୮୦,୦୦୦ କର୍ମଚାରୀଙ୍କୁ ଭିଆରଏସ ମାଧ୍ୟମରେ ବାହାର କରିବୁ । ଭିଆରଏସ ଅଫରକୁ ଆମେ ବେଶ୍‌ ଆକର୍ଷଣୀୟ କରିବୁ । ଫଳରେ ବିନା ଚାପରେ ସେମାନେ ଏହାକୁ ସ୍ୱୀକାର କରିବେ ବୋଲି ପୁରୱାର ଆଶାବ୍ୟକ୍ତ କରିଛନ୍ତି ।
କର୍ମଚାରୀ ଛଟେଇ ଦ୍ୱାରା କମ୍ପାନି କିଭଳି ଚାଲିବ ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମେ ସେହି ସମୟରେ ଆଉଟ୍‌ସୋର୍ସିଂ ଉପରେ କିଛିଟା ଫୋକସ୍‌ କରିବୁ । ଫଳରେ ଆମ ଟେଲିକମ୍‌ ସେବା ବାଧାପ୍ରାପ୍ତ ହେବନାହିଁ । ମାସିକ ଠିକା ଭିତ୍ତିରେ କାମ କରିବାକୁ ଚାହୁଁଥିବା ଲୋକଙ୍କୁ ମଧ୍ୟ ଆମେ ନିଯୁକ୍ତି ଦେବୁ ।

୭୦,୦୦୦ କର୍ମଚାରୀ ଭିଆରଏସ ନେବା ପରେ ମଧ୍ୟ ଆମ ପାଖରେ ଆହୁରି ୧ ଲକ୍ଷ କର୍ମଚାରୀ ରହିବେ ।
କମ୍ପାନିର ଟାୱାର ବାବଦରେ ସୂଚନା ଦେଇ ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ କହିଛନ୍ତି, ଆମ ନିକଟରେ ଏବେ ୬୮,୦୦୦ ଟାୱାର ରହିଛି । ତନ୍ମଧ୍ୟରୁ ଆମେ ଅନ୍ୟ କମ୍ପାନିଙ୍କୁ ଭଡ଼ାରେ ୧୩,୦୦୦ରୁ ୧୪,୦୦୦ ଟାୱାର ଦେଇଛୁ । ଏହାଦ୍ୱାରା ଅତିରିକ୍ତ ରାଜସ୍ୱ ଆୟ କରୁଛୁ । ଏହି ରାଜସ୍ୱ କିଭଳି ବଢ଼ିବ, ଆମେ ସେଥିପାଇଁ ଟାୱାର ସଂଖ୍ୟା ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛୁ ।

ଅନ୍ୟପକ୍ଷରେ ପୁରୱାର କହିଛନ୍ତି, ବର୍ତ୍ତମାନ ଘରୋଇ ଟେଲିକମ୍‌ ପୃଷ୍ଠଭୂମିରେ ବଡ଼ଧରଣର ପରିବର୍ତ୍ତନ ଆସିଛି । ପୂର୍ବରୁ ଲୋକମାନେ ଭଏସ୍‌ କଲ୍‌ ଉପରେ ଅଧିକ ଫୋକସ୍‌ କରୁଥିଲେ । ଏଇଥିରୁ ହିଁ ରାଜସ୍ୱ ଆୟ ହେଉଥିଲା । କିନ୍ତୁ ଏବେ ୫୦%ରୁ ଅଧିକ ରାଜସ୍ୱ ଡାଟା ସେବାରୁ ପ୍ରାପ୍ତ ହେଉଛି । ତେଣୁ ଆଗକୁ ଆମେ ଏହା ଉପରେ ଅଧିକ ମନୋନିବେଶ କରିବୁ । ବର୍ତ୍ତମାନ ସମୟରେ ତିଷ୍ଠି ରହିବାକୁ ହେଲେ ଡାଟା ସେବା ଉପରେ ଫୋକସ୍‌ କରିବା ଅପରିହାର୍ଯ୍ୟ । ଆମ ନିକଟରେ ୪ଜି ସ୍ପେକ୍ଟ୍ରମ୍‌ ନଥିବାରୁ ଆମେ ଏ କ୍ଷେତ୍ରରେ ପ୍ରତିଯୋଗିତା କରିପାରୁ ନାହୁଁ । ଏ ପ୍ରସଙ୍ଗରେ ଆମେ ସରକାରଙ୍କ ସହ ଆଲୋଚନା କରୁଛୁ । କମ୍ପାନି କିଭଳି ଅତି ଶୀଘ୍ର ୪ଜି ସ୍ପେକ୍ଟ୍ରମ୍‌ ପାଇବ, ତାହା ଉପରେ ଚିନ୍ତା କରାଯିବ ।

ସମ୍ବନ୍ଧିତ ଖବର