PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବିଏସଏନଏଲର ଏହି ପ୍ଲାନରେ ୟୁଜର୍ସଙ୍କୁ ମିଳିବ କଲିଂ ଓ ଡାଟା ସୁବିଧା, ଜିଓ ଓ ଏୟାରଟେଲକୁ ଦେଉଛି ଟକ୍କର

http://gsavalsesia.com/

ନୁଆଦିଲ୍ଲୀ ୧୬/୧୨: ଟେଲିକମ୍ ବଜାରରେ ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ଭଳି ପ୍ରାଇଭେଟ୍ କମ୍ପାନୀର ଟାରିଫ୍ ପ୍ଲାନ୍ ମହଙ୍ଗା ହେବା ଯୋଗୁଁ ୟୁଜର୍ସଙ୍କ ମଧ୍ୟରେ ଭାଳେଣି ପଡିଯାଇଛି । ଡିସେମ୍ବର ପ୍ରାରମ୍ଭରେ ୩ କମ୍ପାନୀ ପ୍ରିପେଡ୍ ପ୍ଲାନ ମୂଲ୍ୟ ବୃଦ୍ଧି କରିଥିଲେ । ଏହି ତାଲିକାରେ ଏବେ ସରକାରୀ  କମ୍ପାନୀ ବିଏସଏନଏଲ୍ ମଧ୍ୟ ଗ୍ରାହକଙ୍କୁ ଝଟକା ଦେଇ ପ୍ରିପେଡ୍ ପ୍ଲାନର ସମୟ ସୀମା କମ୍ କରିଦେଇଛି । ଅବଶ୍ୟ ବିଶେଷଜ୍ଞଙ୍କ ଅନୁସାରେ ପ୍ଲାନର ଦାମ୍ ବଢିବା ଫଳରେ ବଜାରରେ ବହୁତ ଫାଇଦା ହେବ । କିନ୍ତୁ ପ୍ରିପେଡ୍ ପ୍ଲାନ୍ସ ପାଇଁ ଲୋକଙ୍କୁ ପୂର୍ବ ଅପେକ୍ଷା ଅଧିକ ପଇସା ଦେବାକୁ ପଡିବ । ଟାରିଫ୍ ଦାମ୍ ବଢାଇବା ପରେ ମଧ୍ୟ ବିଏସଏନଏଲର ପ୍ଲାନରେ ଗ୍ରାହକଙ୍କୁ ଅଧିକ ଫାଇଦା ମିଳିବ । ତେବେ ଚାଲନ୍ତୁ କମ୍ପାନୀର କିଛି ପ୍ଲାନ୍ସକୁ ଜିଓ ଓ ଏୟାରଟେଲ୍ ସହ ତୁଳନା କରିବା ଏବଂ ଦେଖିବା କେଉଁଥିରେ ଗ୍ରାହକଙ୍କୁ ଅଧିକ ଫାଇଦା ମିଳୁଛି….

ବିଏସଏନଏଲର ୧୧୮ ଟଙ୍କିଆ ପ୍ଲାନ୍
ବିଏସଏନଏଲର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୦.୫ ଜିବି ଡାଟା ମିଳିବ । ଏହା ସହିତ କମ୍ପାନୀ କଲିଂ ପାଇଁ ୨୫୦ ମିନିଟ୍ ସହିତ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ଦେଉଛି । ଏହି ପ୍ୟାକର ବୈଧତା ୨୧ ଦିନ ।

ବିଏସଏନଏଲର ୧୮୬ ଟଙ୍କିଆ ପ୍ଲାନ୍
ବିଏସଏନଏଲର ଏହି ରିଚାର୍ଜ ପ୍ୟାକରେ ୟୁଜର୍ସଙ୍କୁ ପ୍ରତିଦିନ ୩ ଜିବି ଡାଟା ମିଳିବ । ଏହା ସହିତ ୟୁଜର୍ସଙ୍କୁ କଲିଂ ପାଇଁ ୨୫୦ ମିନିଟ୍ ଓ ୧୦୦ ଏସଏମଏସ୍ ଦିଆଯିବ । ଏହି ପ୍ଲାନର ସମୟ ସୀମା ୨୪ ଦିନ । ଆପଣଙ୍କୁ କହିରଖୁଛୁ କେରଳ ସର୍କଲ ବ୍ୟତୀତ ଏହି ପ୍ଲାନ୍ ୨୮ ଦିନର ବୈଧତା ସହିତ ଉପଲବ୍ଧ ।

ବିଏସଏନଏଲର ୧୫୩ ଟଙ୍କିଆ ପ୍ଲାନ୍
ୟୁଜର୍ସଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ମିଳିବ । ଏହା ସହିତ ୟୁଜର୍ସ କୌଣସି ବି ନେଟୱର୍କରେ ଅନଲିମିଟେଡ୍ କଲିଂ କରିପାରିବେ । ଏହି ପ୍ୟାକର ବୈଧତା ୨୧ ଦିନ ।

ରିଲାଏନ୍ସ ଜିଓର ୧୪୯ ଟଙ୍କିଆ ପ୍ଲାନ୍
ରିଲାଏନ୍ସ  ଜିଓର ଏହି  ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ଡାଟା(ସମୁଦାୟ ୨୪ ଜିବି ଡାଟା) ଓ ୧୦୦ ଏସଏମଏସ୍ ମିଳିବ । ଏହା ସହିତ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂ କରିପାରିବେ ଗ୍ରାହକ । କିନ୍ତୁ ଅନ୍ୟ ନେଟୱର୍କରେ କଲ୍ କରିବା ପାଇଁ ୩୦୦(ଏଫୟୁପି ମିନିଟ୍) ମିଳିବ । ଏହା ସହିତ ଆପଣ ଏହି ପ୍ୟାକରେ ଜିଓ ଆପ୍ସକୁ ମଧ୍ୟ ବ୍ୟବହାର କରିପାରିବେ । ଏହି ପ୍ରିପେଡ୍ ପ୍ଲାନର ବୈଧତା ୨୪ ଦିନ ।

ଏୟାରଟେଲ୍ ୧୪୮ ଟଙ୍କିଆ ପ୍ଲାନ୍
ଏୟାରଟେଲ୍ ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂର ସୁବିଧା ଦେଉଛି । ଏହା ସହିତ ୟୁଜର୍ସଙ୍କୁ ୨ ଜିବି ଡାଟା ମଧ୍ୟ ଦିଆଯାଉଛି । ଏହା ବ୍ୟତୀତ ୩୦୦ ଏସଏମଏସ୍ ଓ ଏୟାରଟେଲ୍ ଏକ୍ସଟ୍ରିମ୍, ୱିଙ୍କ ମ୍ୟୁଜିକ୍ ସମେତ ହାଲୋ ଟ୍ୟୁନର ମଧ୍ୟ ମାଗଣା ସବସ୍କ୍ରିପ୍ସନ ଦିଆଯାଉଛି । ଏହି ପ୍ୟାକର ବୈଧତା ୨୮ ଦିନ ।