PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

BSNL ଶସ୍ତା ପ୍ଲାନ୍ ସହିତ ବର୍ଷେ ମାଗଣା ଦେଉଛି Amazon Prime, ମିଳୁଛି କ୍ୟାଶବ୍ୟାକ୍

ନୁଆଦିଲ୍ଲୀ ୨୬/୮: ଟେଲିକମ୍ କମ୍ପାନୀଗୁଡିକ ମଧ୍ୟରେ ଆଜିକାଲି ଶସ୍ତା ବ୍ରଡବ୍ୟାଣ୍ଡ ଆଣିବା ପାଇଁ ଟକ୍କର ଚାଲିଛି । ଏଥିରେ ବିଏସଏନଏଲ୍ ମଧ୍ୟ ଦମଦାର ଅଫର ନେଇଆସିଛି । ସେ ଘୋଷଣା କରିଛି ଯେ ସେ ନିଜ ଆନୁଆଲ୍ ପ୍ଲାନ ସହିତ ଆମାଜନ ପ୍ରାଇମର ମାଗଣା ସବସ୍କ୍ରିପସନ୍ ଦେବ । ସୂଚନା ଅନୁସାରେ ଏହି ସର୍ଭିସ୍ ୩୯୯ ଟଙ୍କା ଏବଂ ଏହାଠୁ ଉପରିସ୍ଥ ପ୍ଲାନରେ ବାର୍ଷିକ ବ୍ରଡବ୍ୟାଣ୍ଡ ପ୍ଲାନ୍ ସହିତ ଦିଆଯିବ ।

ଗ୍ରାହକଙ୍କୁ ବର୍ଷେ ପର୍ୟ୍ୟନ୍ତ ପ୍ରାଇମ୍ ସବସ୍କ୍ରିପସନ୍ ଦିଆଯିବ । କହିରଖୁଛୁ ଏକ ବର୍ଷର ଆମାଜନ ପ୍ରାଇମ୍ ସବସ୍କ୍ରିପସନର ମୂଲ୍ଯ ୯୯୯ ଟଙ୍କା । ଏଥିରେ ପ୍ରାଇମ୍ ଭିଡିଓ, ପ୍ରାଇମ୍ ମ୍ୟୁଜିକ୍, ଫ୍ରି ପ୍ରଡକ୍ଟ ସପିଂ ଏବଂ ଅନ୍ଯମାନଙ୍କ ଅପେକ୍ଷା ଏକ୍ସଲୁସିଭ୍ ଡିଲ୍ସର ଆକ୍ସେସ୍ ଦିଆଯିବ ।

ଏହା ପୂର୍ବରୁ ବିଏସଏନଏଲ୍ ପ୍ରାଇମର ମାଗଣା ସବସ୍କ୍ରିପସନ୍ ୪୯୯ ଟଙ୍କାରୁ ଉପରକୁ ଥିବା ବ୍ରଡବ୍ୟାଣ୍ଡ ପ୍ଲାନ ସହିତ ଦିଆଯାଉତିଲା । କିନ୍ତୁ ଏବେ କମ୍ପାନୀ ଏହାକୁ ୩୯୯ ଟଙ୍କିଆ ପ୍ଲାନ ସହିତ ଦେବା ପାଇଁ ଚିନ୍ତା କରିଛି । ଏହା ବ୍ୟତୀତ ଆପଣଙ୍କୁ କହିରଖୁଛୁ ବିଏସଏନଏଲ୍ ଗ୍ରାହକଙ୍କୁ ବାର୍ଷିକ ବ୍ରଡବ୍ୟାଣ୍ଡ ପ୍ଲାନରେ କ୍ୟାଶବ୍ୟାକ୍ ଅଫର ମଧ୍ୟ ଦିଆଯାଉଛି । ଏହି ଅଫର ଅନୁସାରେ ଗ୍ରାହକଙ୍କୁ ୨୫ ପ୍ରତିଶତର କ୍ୟାଶବ୍ୟାକ୍ ଦିଆଯାଉଛି ।

ଏହା ବ୍ୟତୀତ ଗତ କିଛି ମାସରେ ବିଏସଏନଏଲ୍ ନିଜକ ପୂରୁଣା ପ୍ଲାନକୁ ରିଭାଇଜ୍ କରିଛି ଏବଂ କିଛି ନୂଆ ପ୍ଲାନ ମଧ୍ୟ ଲଞ୍ଚ କରିଛି । ଏହା ସହିତ କମ୍ପାନୀ ଏବେ ନିଜର ୧୬୯୯ ଟଙ୍କିଆ ପପୁଲାର୍ ପ୍ଲାନରେ ମଧ୍ଯ ପରିବର୍ତ୍ତନ ଆଣିଛି ଏବଂ ଏହାର ଭ୍ୟାଲିଡିଟି ମଧ୍ଯ ବଢାଇ ଦେଇଛି ।

ଲଞ୍ଚ ସମୟରେ ଏହାର ଭ୍ୟାଲିଡିଟି ୩୬୫ ଦିନ ଥିଲା ଯାହାକୁ ୯୦ ଦିନରୁ ବୃଦ୍ଧି କରି ୪୫୫ ଦିନ କରିଦିଆଯାଇଛି । କମ୍ପାନୀ ଏହି ପ୍ରମୋଶନାଲ୍ ଅଫରକୁ ୧୪ ଅଗଷ୍ଟ ୨୦୧୯ରୁ ୧୩ ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ଉପଲବ୍ଧ କରାଇବ ।

ସମ୍ବନ୍ଧିତ ଖବର