ବିଏସଏନଏଲର ଏହି ପ୍ରିପେଡ୍ ପ୍ଲାନରେ ୩୬୫ ଦିନର ବୈଧତା ସହିତ ପ୍ରତିଦିନ ମିଳୁଛି ୨ ଜିବି ଡାଟା

ନୂଆଦିଲ୍ଲୀ ୨୩/୧୧: ଏକ ନୂଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ୍ କରିଛି ବିଏସଏନଏଲ୍ । ଏହି ପ୍ଲାନର ବୈଧତା ୩୬୫ ଦିନ ରହିବା ସହିତ ପ୍ଲାନର ଦାମ୍ ମଧ୍ୟ ୩୬୫ ଟଙ୍କା । ଏହି ପ୍ଲାନରେ ଦିନକୁ ୨୫୦ ମିନିଟ୍ସ ଭଏସ୍ କଲିଂ ସହିତ ପ୍ରତିଦିନ ୨ ଜିବି ଡାଟା ଓ ୧୦୦ ଏସଏମଏସର ଫାଇଦା ଉଠାଇ ପାରିବେ ଗ୍ରାହକ ।

ଏହି ନୂଆ ୩୬୫ ଟଙ୍କିଆ ପ୍ରିପେଡ୍ ରିଚାର୍ଜ ପ୍ଲାନ କିଛି ବଛା ବଛା ସର୍କଲରେ ଉପଲବ୍ଧ ଯଥା ଆନ୍ଧ୍ର ପ୍ରଦେଶ, କେରଳ, ଆସାମ, ବିହାର-ଝାରଖଣ୍ଡ, ଗୁଜରାତ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ଛତିଶଗଡ, ଓଡିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ ଏବଂ ଚେନ୍ନାଇ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ହାଇସ୍ପିଡ୍ ୨ ଜିବି ଡାଟା ମିଳିବ । ଏହା ବ୍ୟବହାର ପରେ ଏହାର ଡାଟା ସ୍ପିଡ୍ ୮୦ କେବିପିଏସକୁ ହ୍ରାସ ପାଇବ । ଏଥିରେ ୨୫୦ ମିନିଟର ଭଏସ୍ କଲ୍ ମଧ୍ୟ ମିଳିବ । ପ୍ରତିଦିନ ୧୦୦ ଏସଏମଏସର ଫାଇଦା ଉଠାଇ ପାରିବେ ଗ୍ରାହକ ।