ମଧ୍ଯ ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ଯ ଏକାଠି ନିର୍ବାଚନ ଲଢିବେ ଏସପି-ବିଏସପି

source:zeenews.india.com
ଲକ୍ଷ୍ନୌ ୨୫/୨: ଉତ୍ତରପ୍ରଦେଶ ପରେ ଏବେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ, ଉତ୍ତରାଖଣ୍ଡ ଓ ମଧ୍ଯ ପ୍ରଦେଶରେ ମଧ୍ଯ ନିର୍ବାଚନ ଲଢିବାର ଘୋଷଣା କରିଛନ୍ତି । ଏଥିରେ ଉତ୍ତରାଖଣ୍ଡର ୫ ଲୋକସଭା ଆସନରୁ ୧ରେ ଏସପି ଓ ୪ ଆସନରେ ବିଏସପି ନିର୍ବାଚନ ଲଢିବ । ସେହିଭଳି ମଧ୍ୟପ୍ରଦେଶର ୨୯ ଲୋକସଭା ସିଟରୁ ୩ଟି ଆସନରେ ଏସପି ଓ ବାକି ୨୬ ସିଟରେ ବିଏସପି ନିର୍ବାଚନ ଲଢିବ ।
ଏହା ପୂର୍ବରୁ ଏସପି ଓ ବିଏସପି ଲୋକସଭା ନିର୍ବାଚନ ପାଇଁ କେଉଁକେଉଁ ସିଟରୁ ନିର୍ବାଚନ ଲଢିବେ ସ୍ଥିର କରାଯାଇଛି । ଉଭୟ ଦଳ ୩୮-୩୮ ସିଟରୁ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ଏବେ ସିଟ୍ ପାଇଁ ଉଭୟ ଦଳ ନିଜ ପ୍ରାର୍ଥୀ ମଧ୍ଯ ଚୟନ କରିସାରିଛନ୍ତି ।
କେଉଁ ସିଟରେ ଲଢିବ ଏସପି
ସମାଜବାଦୀ ପାର୍ଟି ପକ୍ଷରେ ପଡିଥିବା ୩୭ ସିଟ୍ ମଧ୍ଯରୁ କୈରାନା, ମୁରଦାବାଦ, ସମ୍ଭଲ, ରାମପୁର, ମୈନପୁରୀ, ଫିରୋଜାବାଦ, ବନ୍ଦାୟୁ, ବରେଲୀ, ଲକ୍ଷ୍ନୌ, ଇଟାୱା, ଆହ୍ଲାବାଦ, କୌଶାମ୍ବୀ, ଫୁଲପୁର, ଫୈଜାବାଦ, ଗୋଣ୍ଡା, ଗୋରଖପୁର, ଆଜମଗଢ, ବାରାଣସୀ ଓ ମିର୍ଜାପୁର ସାମିଲ ।
ଏହି ସିଟରେ ପ୍ରାର୍ଥୀ ଉତ୍ତାରିବ ବିଏସପି
ବହୁଜନ ସମାଜ ପାର୍ଟି ଶହାରନପୁର, ବିଜନୌର, ଅଲ୍ଲୀଗଡ, ଆଗ୍ରା, ଫତେହପୁର, ସିକରୀ, ସୀତାପୁର, ସୁଲତାନପୁର, ପ୍ରତାପଗଡ, ବସ୍ତୀ, ଜୌନପୁର, ଭଦୋହୀ ଓ ଦେବରିୟାରୁ ନିର୍ବାଚନ ଲଢିବ ।