PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ସ୍ତ୍ରୀକୁ ପୋଡି ହତ୍ୟା କରିବା ପରେ ବିଏସପି ନେତା ଫେରାର

ଗାଜିଆବାଦ,୨୧।୪: ଯୌତୁକ ଦାବି ପୂରଣ କରିନପାରିବାରୁ ଜଣେ ବହୁଜନ ସମାଜବାଦୀ ପାର୍ଟିର ନେତା ତାଙ୍କ ସ୍ତ୍ରୀଙ୍କୁ ପୋଡି ହତ୍ୟା କରିଛନ୍ତି।ଏହାପରେ ଚିକିତ୍ସା କରିବା ବାହାନାରେ ସମ୍ଭଲ ହସ୍ପିଟାଲକୁ ଆଣି ଫେରାର ହୋଇଯାଇଛନ୍ତି। ରବିବାର ଅପରାହ୍ନରେ ତାଙ୍କ ଶ୍ବଶୁର ଘର ଲୋକ ଆସି ଯେତେବେଳେ ପହଁଞ୍ଚିଥିଲେ ବିଏସପି ନେତାଙ୍କ ବିରୋଧରେ ମାମଳା ରୁଜୁ କରିଥିଲେ। ମୃତ ମହିଳାଙ୍କ ଭାଇ ଦୀପକ କହିଛନ୍ତି ତାଙ୍କ ଭଉଣୀ ଭାରତୀଙ୍କ ବିବାହ ୨୦୦୦ ମସିହାରେ ଶାସ୍ତ୍ରୀ ନଗରରେ ରହୁଥିବା ବିଏସପି ନେତା ମୋହନଲାଲଙ୍କ ଓରଫ ବବିଙ୍କ ସହ ହୋଇଥିଲା।

ବାହାଘର ପରେ ମୋହନଲାଲ ଓ ତାଙ୍କର ପରିବାର ଲୋକ ଭାରତୀଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉତିଲେ। ଦୀପକ ଅଭିଯୋଗ କରିଛନ୍ତି ଯେ ବିବାହ ପରେ ମୋହନଲାଲଙ୍କ ବାପା ୫ଲକ୍ଷ ଟଙ୍କା ଆହୁରି ନେଇଛନ୍ତି। ଏହାପରେ ୨ ମାର୍ଚ୍ଚରେ ମୋହନଲାଲ ଭାରତୀଙ୍କୁ ନିଜ ସହ ଆଣି ମଧୁବନ ବାପୁ କଲୋନୀରେ ରହୁଥିଲେ ଓ ଗତ ମାସ ୧୩ ତାରିଖ୍ରେ ଭାରତୀଙ୍କ ଉପରେ ଥିନର ପକାଇ ଜଳାଇ ଦେଇଛନ୍ତି। ପୋଲିସ ନିଜର ତଦନ୍ତ ପରେ କହିଛି ଭାରତୀଙ୍କୁ ପୂର୍ବରୁ ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ଏହାପରେ ତାଙ୍କୁ ସମ୍ଭଲର ଏକ ହସ୍ପିଟାଲରେ ଭର୍ତ୍ତି କରି ଫେରାର ହୋଇଯାଇଥିଲେ। ପୋଲିସ ଏବେ ମାମଲା ରୁଜୁ କରି ବିଏସପିର ଏହି ନେତା ଜଣଙ୍କ ସନ୍ଧାନରେ ରହିଛି।

ସମ୍ବନ୍ଧିତ ଖବର