PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

‘କଂଗ୍ରେସର ଦୋମୁହାଁ ଚରିତ୍ର, ସାବରକର ବୟାନକୁ ନେଇ ନିଜ ଉଦ୍ଦେଶ୍ୟ ସ୍ପଷ୍ଟ କରୁ ପାର୍ଟି’

ନୁଆଦିଲ୍ଲୀ ୧୫/୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ସ୍ୱାଧୀନତା ସଂଗ୍ରାମୀ ବୀର ଦାମଦୋର ସାବରକରଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବୟାନ ଯୋଗୁଁ ଉପୁଜୁଥିବା ବିବାଦରେ ଏବେ ବିଏସପି ଅଧ୍ୟକ୍ଷା ମାୟାବତୀ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି । ମାୟାବତୀ ଏହି ମାମଲାରେ କଂଗ୍ରେସ ପାର୍ଟିକୁ ଟାର୍ଗେଟ୍ କରିଛନ୍ତି । ରବିବାର ଗୋଟେ ପରେ ଗୋଟେ ଟ୍ୱିଟ୍ କରି ବିଏସପି ସୁପ୍ରିମୋ, କଂଗ୍ରେସକୁ ମହାରାଷ୍ଟ୍ର ଶିବସେନା ସହିତ ରହିବାକୁ ଦ୍ୱୈତ ଚରିତ୍ର ବୋଲି କହିଛନ୍ତି । ମାୟାବତୀ କହିଛନ୍ତି ଯେ ଶିବସେନା ଆଜି ବି ନିଜ ଭୁଲ୍ ଏଜେଣ୍ଡା ଉପରେ କାଏମ ଅଛନ୍ତି ଏଥିପାଇଁ ସେ ନାଗରିକତା ସଂଶୋଧନ ବିଧେୟକରେ କେନ୍ଦ୍ର ସାଥ୍ ଦେଲେ ଏବଂ ସାବରକରଙ୍କୁ ନେଇ କଂଗ୍ରେସର ବ୍ୟବହାର ତାଙ୍କୁ ଜମା ପସନ୍ଦ ନୁହେଁ । ମାୟାବତୀ କହିଛନ୍ତି ଯେ କଂଗ୍ରେସ ପାର୍ଟିକୁ ସାବରକରଙ୍କ ମୁଦ୍ଦା ଉପରେ ନିଜ ସ୍ଥିତି ସ୍ପଷ୍ଟ କରିବା ଉଚିତ୍ । ନଚେତ୍ ଏହାକୁ ନାଟକବାଜି ବୋଲି ମାନିନିଆଯିବ ।

ଏହା ପୂର୍ବରୁ ଶନିବାର(୧୪ ଡିସେମ୍ବର)ରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି ନେତା ଦେବେନ୍ଦ୍ର ଫଡନବିସ୍ କହିଥିଲେ ଯେ ଶିବସେନାକୁ ସତ୍ତାରେ ରହିବା ପାଇଁ ଯେଉଁଭଳି ଲୋକଙ୍କ ସହିତ ବୁଝାମଣା କରିବାକୁ ପଡୁଛି ତାହା ବିଲକୁଲ୍ ସଫା ସଫା ଜଣାପଡୁଛି । ସେ କହିଥିଲେ ଯେ ବୀର ସାବରକରଙ୍କ ଅପମାନ ମହାରାଷ୍ଟ୍ର ଓ ଦେଶ କେବେବି ବରଦାସ୍ତ କରିବନି । ଏହାକୁ ନେଇ ଫଡନବିସ୍ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ଶିବସେନା ନେତା ବହୁତ ତୀକ୍ଷ୍ମ ପ୍ରତିକ୍ରିୟା ଦେଉଥିଲେ କିନ୍ତୁ ଏବେ ସେ କାହିଁକି ନରମ ପଡିଯାଇଛନ୍ତି ।

ଫଡନବିସ୍ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବୟାନ ଲଜ୍ଜାଜନକ । ବୋଧହୁଏ ସାବରକରଙ୍କ ସମ୍ପର୍କରେ ସେ କିଛି ଜାଣିନାହାଁନ୍ତି । ସାବରକର ଆଣ୍ଡାମାନ ଜେଲର କୋଠରୀରେ ୧୨ ବର୍ଷ ପର୍ଯ୍ଯନ୍ତ ନିର୍ଯାତନା ଭୋଗିଥିଲେ, ରାହୁଲ ଗାନ୍ଧୀ ୧୨ ଘଣ୍ଟା ମଧ୍ୟ କରିପାରିବେନି । କେବଳ ନିଜ ନାଁରେ ଗାନ୍ଧୀ ଲଗାଇଦେଲେ କେହି ଗାନ୍ଧୀ ହୋଇଯିବେନି ।

ରାହୁଲ ଗାନ୍ଧୀଙ୍କ ବୟାନ
ରାହୁଲ ଗାନ୍ଧୀ ଦିଲ୍ଲୀର ରାମଲୀଳା ମଇଦାନରେ ଶନିବାର କଂଗ୍ରେସ ତରଫରୁ ଆୟୋଜିତ ଭାରତ ବଚାଓ ରାଲିରେ ସମ୍ବୋଧନ କରି କହିଥିଲେ, ‘କାଲି ସଂସଦରେ ବିଜେପି ନେତା ମୋତେ କ୍ଷମା ମାଗିବାକୁ କହୁଥିଲେ । କିନ୍ତୁ ମୁଁ ତାଙ୍କୁ କହିଦେବାକୁ ଚାହୁଁଛି କି ମୋ ନାଁ ରାହୁଲ ସାବରକର ନୁହେଁ । ମୁଁ ରାହୁଲ ଗାନ୍ଧୀ । ମୁଁ ସତ କହିବା ପାଇଁ କ୍ଷମା ମାଗେନି ।’