PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

କଂଗ୍ରେସ ସହିତ କୌଣସି ବି ରାଜ୍ଯରେ ମେଣ୍ଟ କରିବନି ବିଏସପି: ମାୟାବତୀ

Mayawati

source:http://www.asianage.com

ନୁଆଦିଲ୍ଲୀ ୧୨/୩: ଅଖିଳେଶ ଯାଦବଙ୍କ ପରେ ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ ମଧ୍ଯ କଂଗ୍ରେସ ସହିତ ମେଣ୍ଟ କରିବାକୁ ମନା କରିଦେଇଛନ୍ତି । ବିଏସପି ସୁପ୍ରିମୋ ମଙ୍ଗଳବାର ସୂଚନା ଦେଇଛନ୍ତି ଯେ ବହୁଜନ ସମାଜ ପାର୍ଟି କୌଣସି ବି ରାଜ୍ଯରେ କଂଗ୍ରେସ ପାର୍ଟି ସହିତ ମେଣ୍ଟ କରିବନି ।

ପୂର୍ବରୁ କଂଗ୍ରେସ ଓ ବିଏସପିର ମେଣ୍ଟକୁ ନେଇ ଚାଲୁଥିବା ଚର୍ଚ୍ଚାରେ ସ୍ପଷ୍ଟୀକରଣ ଦେଇଦେଇଛନ୍ତି ଦଳ ମାୟାବତୀ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ ବିଏସପି କୌଣସି ବି ରାଜ୍ଯରେ, କୌଣସି ବି ପରିସ୍ଥିତିରେ କଂଗ୍ରେସ ସହିତ ମେଣ୍ଟ କରିବନି ।

ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟର, ବିଜେପିକୁ ହରାଇବା ଭଳି କ୍ଷମତା ଅଛି । ଲୋକସଭା ନିର୍ବାଚନରେ କଂଗ୍ରେସ ସହିତ କୌଣସି ବି ପରିସ୍ଥିତିରେ କୌଣସି ଚୁକ୍ତି ହେବନି ବୋଲି ସେ କହିଛନ୍ତି । ମାୟାବତୀ ପୁଣି କହିଛନ୍ତି ଯେ କିଛି ଦଳ ବିଏସପି ସହିତ ମେଣ୍ଟ କରିବା ପାଇଁ ଆଗଭର ହେଉଛନ୍ତି କିନ୍ତୁ ସାମାନ୍ୟ ନିର୍ବାଚନୀ ଲାଭ ପାଇଁ ସେ କାହା ସହିତ ମେଣ୍ଟ କରିବେନି ।

ମଙ୍ଗଳବାର ବିଏସପି ତରଫରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଅନ୍ଯ ରାଜ୍ଯରେ ଛୋଟ ଛୋଟ ଦଳକୁ ନିଜ ସହିତ ନେଇ ନିର୍ବାଚନ ଲଢିବ ବିଏସପି । କହିରଖୁଛୁ ଲୋକସଭା ନିର୍ବାଚନ ୨୦୧୯ ପାଇଁ ୟୁପିରେ ବିଏସପି, ଏସପି ସହିତ ମେଣ୍ଟ କରିଛି ।