PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ବୁଷ୍ଟର ଡୋଜ୍ ନନେଇଥିଲେ ଏମିରେଟ୍ ଫ୍ଲାଇଟ୍‌କୁ ମନା, ନିୟମ ଲାଗୁ କଲା ଅବୁ ଧାବି, ଜାଣନ୍ତୁ କଣ ରହିଛି ନିୟମାବଳୀ

Image Source : Internet

ଆବୁ ଧାବୀ, ୧୮/୦୧ : କୋଭିଡର ଭୟାବହତାକୁ ନଜରରେ ରଖି ମଙ୍ଗଳବାର ଅବୁ ଧାବି ଏକ ଏମିରେଡ୍ ଫ୍ଲାଇଟରେ ଯାତ୍ରା ପାଇଁ କିଛି ନୀୟମ ଲାଗୁ କରିଛି । ସୂଚନା ଅନୁଯାୟୀ ଏମିରେଟ୍‌ରେ ଯାତ୍ରା କରିବାକୁ ହେଲେ ଯାତ୍ରୀଙ୍କୁ ବୁଷ୍ଟର ଡୋଜ୍ ନେବା ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌ର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଅବୁ ଧାବି ସରକାର ଏଭଳି କିଛି ନିୟମ ଲାଗୁ କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, କିଛିଦିନ ହେବ ଅବୁ ଧାବିରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି ଏବଂ ସ୍ଥିତି ସୁଧୁରିବାରେ ଲାଗିଛି, ତେଣୁ ଏହି କ୍ଷେତ୍ରରେ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କଡ଼ା ନିୟମ ଲାଗୁ କରାଯାଇଛି। ପ୍ରତ୍ୟେକ ଯାତ୍ରୀ ଏମିରେଟ ଫ୍ଳାଇଟରେ ପ୍ରବେଶ କରିବା ପୂର୍ବରୁ କୋଭିଡ଼ ନେଗେଟିଭ୍ ରିପୋର୍ଟ ସହିତ ଟିକାକରଣର ସାର୍ଟିଫିକେଟ ଏବଂ ବୁଷ୍ଟର ଡୋଜ୍ ନେଇଥିବା ପ୍ରମାଣପତ୍ର ମଧ୍ୟ ଦାଖଲ କରିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏମିରେଟର ଯାତ୍ରୀଙ୍କ ପାଇଁ ଅବୁ ଧାବି ସରକାର ଲାଗୁ କରିଥିବା କିଛି ନିୟମାବଳୀ ସମ୍ବନ୍ଧରେ :

୧. ଏମିରେଟ୍ ଫ୍ଲାଇଟ ଭିତରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀ ତାଙ୍କର ବୁଷ୍ଟର ଡୋଜ୍ ନେଇଥିବା ପ୍ରମାଣପତ୍ର ସାଙ୍ଗରେ ଆଣିଥିବା ଆବଶ୍ୟକ।

୨.  ଦୁଇ ସପ୍ତାହ ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ ।

୩. ଯଦି ଆପଣ ଏ ତମାମ ରିପୋର୍ଟକୁ ସାଙ୍ଗରେ ନେଇ ଯାତ୍ରା  କରିବାରେ ସଫଳ ବି ହୁଅନ୍ତି ଅର୍ଥାତ୍ ଅବୁ ଧାବିକୁ ପ୍ରବେଶ କରନ୍ତି, ତଥାପି ଆପଣ ସର୍ବସାଧାରଣ ସ୍ଥାନ ସହିତ ସରକାରୀ ଏବଂ ଐତିହାସିକ ସ୍ଥାନରେ ନିଜର ଗ୍ରୀନ କାର୍ଡକୁ ଦେଖାଇ ପ୍ରବେଶ କରିପାରିବେ ।

ୟୁଏଇ କହିଛି ଯେ, ଦେଶରେ ୯୦ ପ୍ରତିଶତ ଟିକାକରଣ ସରିଛି , ଏବଂ ଏଥିପାଇଁ ଦେଶରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏସବୁ ନିୟମ ଲାଗୁ କରାଯାଇଛି, ଯେପରି ପର୍ଯ୍ୟଟକଙ୍କ ଦ୍ବାରା ଦେଶରେ କୌଣସି ଗମ୍ଭୀର ସ୍ଥିତି ନ ଉପୁଜେ । ତେଣୁ ଆପଣ ଯଦି ୟୁଏଇ ଯିବାକୁ ଯୋଜନା କରିଛନ୍ତି , ତାହେଲେ ଏହିସବୁ ନିୟମ ମାନିବା ସହିତ ତମାମ ପ୍ରମାଣପତ୍ର ତଥା କାଗଜପତ୍ର ସାଙ୍ଗରେ ନେଇ ଯିବେ ।

ସମ୍ବନ୍ଧିତ ଖବର