ସଂସଦର ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ କଂଗ୍ରେସ ସହିତ ୧୬ଟି ଦଳ

https://www.bbc.com/
ନୂଆଦିଲ୍ଲୀ,୨୮।୧: ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଟି କକ୍ଷକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଣଷକୁ କଂଗ୍ରେସ, ତୃଣମୂଳ କଂଗ୍ରେସ(ଟିଏମସି), ଶିବସେନା, ଅକାଳୀ ଦଳ, ଆମ ଆଦମୀ ପାର୍ଟି(ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ସହିତ ୧୬ଟି ପାର୍ଟି ବହିଷ୍କାର କରିବେ। ଏହି ସମସ୍ତ ଦଳ ପକ୍ଷରୁ ବୟାନ ଜାରି କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ଆମେ ସମସ୍ତେ ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣର ବହିଷ୍କାର କରୁଛୁ, ଯାହାକି କାଲି ସଂସଦରେ ଦିଆଯିବ। ଏହି ନିଷ୍ପତ୍ତି ପଛରେ ପ୍ରମୁଖ କାରଣ ଏହା ଯେ, ତିନୋଟି କୃଷି ଆଇନକୁ ବିରୋଧୀଙ୍କ ବିନା ସଂସଦରେ ବଳପୂର୍ବକ ପାସ୍ କରାଯାଇଛି।
କଂଗ୍ରେସ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି), ନ୍ୟାସନାଲ କନଫ୍ରେନ୍ସ(ଏନସି), ଡିଏମକେ, ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ୍, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ ଏହାଛଡା ଅକାଳୀ ଦଳ ଓ ଆମ୍ ଆଦମୀ ପାର୍ଟିକୁ ମଧ୍ୟ ବହିଷ୍କାର କରିବେ।
ପରମ୍ପରା ଅନୁସାରେ, ସଂସଦ ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ। ସେହି ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଦୁଇଟି କକ୍ଷର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସରକାରଙ୍କ ଭବିଷ୍ୟତ ଯୋଜନାର ବ୍ଲୁପ୍ରିଣ୍ଟ କରିବେ। ଏହା ପ୍ରଥମ ଥର ହେବ ଯେବେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ସଦସ୍ୟ ‘ସେଣ୍ଟ୍ରାଲ ହଲ୍’ ବ୍ୟତୀତ ଲୋକସଭା ଓ ରାଜ୍ୟସଭାରେ ବସିବେ।