ବୁଧବାରର ଶୁଭବେଳା – ପଞ୍ଜିକା ସହ ସମ୍ପୂର୍ଣ୍ଣ ରାଶିଫଳ

ବୁଧବାରର ପଞ୍ଜିକା
ତା.୧୨.୦୮.୨୦୨୦ରିଖ, କର୍କଟ ୨୮ ଦିନ, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ, ବୁଧବାର । ଅଷ୍ଟମୀ-ଦିବା ୧୧ଟା ୨୦ ମିନିଟ୍‌ କୃତ୍ତିକା । ରାତ୍ରି ୩ଟା ୨୯ ମିନିଟ୍‌ ମେଷଚନ୍ଦ୍ର ଦିବା ୭ଟା ୩୯ ମିନିଟ୍‌ । ସୂର୍ଯ୍ୟୋଦୟ: ୫ଟା ୨୭ ମିନିଟ୍‌ ୮ ସେକେଣ୍ଡ । ସୂର୍ଯ୍ୟାସ୍ତ: ୬ଟା ୧୫ ମିନିଟ୍‌ ୨୪ ସେକେଣ୍ଡ । ମୃତେ ରାତ୍ରି ୩ଟା ୨୯ ମିନିଟ୍‌ ମଧ୍ୟେ ଏକପାଦ ପୁଷ୍କର ଦୋଷ । ଲାଉ ଖାଇବା ମନା, ଖାଇଲେ ଗୋମାଂସ ସହ ସମାନ ।


ବୁଧବାରର ରାଶିଫଳ


ମେଷ : ଆର୍ଥକ ଅବସ୍ଥାରେ କ୍ଷତି ଓ ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ଅପଯଶ ପାଇବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ•ରିଯାଇପାରେ । ଆର୍ôଥକ କାରବାର କଲାବେଳେ ସତର୍କ ରହିବେ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବଦଖର୍ଚ୍ଚି ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୧୧, ଆରାଧନା: ବଗଳାମୁଖୀ ।

ବୃଷ : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ସୁଖାଦ୍ୟ, ସୁବସନ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ସ୍ୱଜନ ଓ ପ୍ରିୟଜନଙ୍କ ସହ ସମ୍ପର୍କ ନିବିଡ଼ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୮, ଆରାଧନା-ରାମାୟଣ ପାଠ ।

ମିଥୁନ : କର୍ମରେ ଉନ୍ନତି ଓ ଆଶାତୀତ ସଫଳତା ପାଇବେ । ଅଟକିଥିବା କାମ ସୁରୁଖୁରୁରେ ସମ୍ପାଦନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ହୃତଧନ ଫେରିପାଇବାର ସମ୍ଭାବନା ରହିଛି । ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ । ବ୍ୟବସାୟ କର୍ମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ନାରାୟଣ ।

କର୍କଟ: ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳ ଓ ଉଚ୍ଚ ପ୍ରଶଂସିତ ହେବେ । ମୂଲ୍ୟବାନ ଧାତୁ ଓ ଭୂମି କ୍ରୟ କରିବାର ସୁଯୋଗ ପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ଘାତବାର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ସଞ୍ଚୟ କରିବା ପାଇଁ ମନ ବଳାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ଶିବ ।

ସିଂହ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ କର୍ମ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ଭାବ ଜାଗ୍ରତ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ଗଣେଶ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ । କର୍ମସ୍ଥାନରେ ଅଶାନ୍ତି ଓ ବିବାଦ ଏବଂ ପଦସ୍ଥ କର୍ମ•ରୀଙ୍କ ସହ ମତଭେଦ ଘଟିପାରେ । ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର ଓ ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା: ଷୋଡ଼ଶୀ ।

ତୁଳା : ଅଷ୍ଟମ ଚନ୍ଦ୍ର ହେତୁ ମନରେ ଅସ୍ଥିରତା ଭାବ ଓ ବିରକ୍ତି ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଅଶାନ୍ତି ଓ କର୍ମ ପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ପରିବାରରେ ଅଶାନ୍ତି ଓ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- କମଳା ।

ବିଛା : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନା କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ଅଶାନ୍ତି ଦେଖାଦେବ । ସ୍ତ୍ରୀ ସହିତ ମନୋମାଳିନ୍ୟ କିମ୍ବା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ଚଣ୍ଡୀ ପୁରାଣ ପାଠ ।

ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କର ସହଯୋଗ ପାଇବେ । ପୁରାତନ ରୋଗରୁ କିଛି ମାତ୍ରାରେ ମୁକ୍ତ ହେବେ । ଶତ୍ରୁମାନେ ମିତ୍ରତା ଆଚରଣ କରିବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ରୁଦ୍ରାଭିଷେକ ।

ମକର : ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ଅପଯଶ ପାଇବେ । ସନ୍ତାନସନ୍ତତି ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତା ପ୍ରକଟ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅସଫଳ ହେବେ । ମହିଳାମାନେ ଦୁଶ୍ଚିନ୍ତାଗ୍ରସ୍ତ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-କାଳୀ ।

କୁମ୍ଭ : ନୂତନ ଯାନ କିମ୍ବା ଭୂମି କ୍ରୟ କରିବେ କିମ୍ବା ସେଥିପାଇଁ ଯୋଜନା କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ସହକର୍ମୀଙ୍କ ସହଯୋଗ ପାଇବେ । ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ଓ ପ୍ରଶଂସିତ ହେବେ । ମହିଳାମାନେ ଅତିଥି ସେବାରେ ବ୍ୟସ୍ତ ରହିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ଦୁର୍ଗା ସହସ୍ରନାମ ପାଠ ।

ମୀନ: ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳ ଓ କର୍ମରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ । ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ଭ୍ରାତୃଭଗ୍ନିଙ୍କର ସାହାଯ୍ୟ, ସହଯୋଗ ପାଇବେ । ବିଦ୍ୟାର୍ଥୀ କର୍ମରେ ସଫଳତା ପାଇବେ । ମହିଳାମାନେ ପରିବାରରେ ଆଦର ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଗାୟତ୍ରୀ ମନ୍ତ୍ର ଜପ ।

ବିଶେଷ ସୂଚନା
ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷ୍ୟାଦି କରି ପାଠ କରନ୍ତୁ ।
ଋଷ୍ୟାଦି : ଓଁ ଅସ୍ୟ ଶ୍ରୀ ବୁଧ ମହାମନ୍ତ୍ରସ୍ୟ,
କାତ୍ୟାୟନ ଋଷିଃ ଅନୁଷ୍ଟୁପ୍‌ ଛନ୍ଦଃ,
ଅଦ୍ୟ ଦିବସ ଦିବସାଧିପତି,
ବୁଧ ଦେବତା ସୁପ୍ରୀତୟେ
ମନ୍ତ୍ର ଜପେ ବିନିଯୋଗଃ । (୧ ଥର)
ମନ୍ତ୍ର : ଓଁ ଐଂ ଶ୍ରୀଂ ଶ୍ରୀଂ ବୁଧାୟ ନମଃ । (୧୦୮ ଥର)
(ସକାଳେ ଓ ସନ୍ଧ୍ୟାରେ ୨ ଥର)
ହିତବାଣୀ : ବିଦ୍ୟାର୍ଥୀ, ସେବକଃ କ୍ଷୁଧାର୍ତ୍ତୀ
ଭୟ କାତରଃ
ଭଣ୍ଡାରୀ ପ୍ରତିହାରୀ ଚ
ସପ୍ତ ସୁପ୍ତାନ ପ୍ରବୋଧୟେତ୍‌!!
ଭାବାର୍ଥ : ବିଦ୍ୟାର୍ଥୀ, •କର, ପଥିକ, ଭୋକିଲା ବ୍ୟକ୍ତି, ଭୟାତୁର ଭକ୍ତି, ଭଣ୍ଡାରୀ ଓ ଦ୍ୱାରପାଳ- ଏ ସାତ ଜଣ ବ୍ୟକ୍ତି ଶୋଇଥିଲେ ଜାଗ୍ରତ କରିଦେବା ଉଚିତ୍‌ । କାରଣ ଏମାନେ ଅସମୟରେ ନିଦ୍ରିତ ରହିଲେ ସମାଜର ଓ ନିଜର କ୍ଷତି ହେବ ।
ଜ୍ୟୋତିର୍ବିଦ୍‌- କୈଳାସ ଦାଶ
ବି.ଦ୍ର.: ଆସନ୍ତାକାଲି କେଉଁ ସାତଜଣ ଶୋଇଥିଲେ ଉଠାଇବ ନାହିଁ ପ୍ରକାଶ କରାଯିବ ।

ଜାତକ ସମାଚାର

   ସମ୍ବନ୍ଧିତ ଖବର


ଏନ୍‌କ୍ଲୋଜର୍‌ ମୁକ୍ତ ହେବ ‘ସୁନ୍ଦରୀ’, ଓଡ଼ିଶାରୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଲେ ମଧ୍ୟପ୍ରଦେଶ ହାଇକୋର୍ଟ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ଆଜିର ରାଶିଫଳ (୨୩/ ୧୧, ସୋମବାର)