PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ପୁଣି ଶ୍ରୀକ୍ଷେତ୍ରରେ ଆତଙ୍କ ଖେଳାଇଲେ ଅପରାଧୀ: ବଡିବିଲ୍ଡର୍‌ଙ୍କୁ ହାଣିଲେ ୮ ଦୁର୍ବୃତ୍ତ,ସାହିରେ ପୁଲିସ ଛାଉଣୀ

ପୁରୀ,୦୮/୦୩: ଟାଉନ୍‌ ଥାନା ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛନ୍ତି ଅପରାଧୀ । ହାଡ଼ଗୋଡ଼ିଆସାହି ସ୍ଥିତ ହାଡିଗୋହିରୀ ହୋଇଛି ରକ୍ତରଞ୍ଜିତ । ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଭାବେ ହାଣିଛନ୍ତି ୮ଜଣ ଦୁର୍ବୃତ୍ତ । ଚୋଟ ଖାଇଥିବା ଯୁବକ ଜଣକ ହାଡ଼ଗୋଡିଆ ସାହିର ବିକାଶ ସାହୁ (୨୮) । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପରିବାର ଓ ପଡୋଶୀମାନେ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଚିକିତ୍ସା ପାଇଁ ୩ ବିଭାଗର ଡାକ୍ତରଙ୍କ ଉପସ୍ଥିତି ଆବଶ୍ୟକ ହୋଇଛି ।

ପୁଲିସ୍‌ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ଏକାକୀ ଘରକୁ ନିଜ ବାଇକ୍‌ ଯୋଗେ ବଡଦାଣ୍ଡରୁ ଯାଉଥିଲେ ବିକାଶ । ହାଡଗୋଡିଆ ସାହିରେ ଥିବା ଏକ ହାଡିଗୋହିରୀଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ଜଗି ରହିଥିଲେ ୮ ଜଣ ଦୁର୍ବୃତ୍ତ । ଧାରୁଆ ଅସ୍ତ୍ର ଧରି ସମସ୍ତେ ପ୍ରସ୍ତୁତ ଥିଲେ । ପାଖାପାଖି ହେବା ମାତ୍ରେ ବିକାଶଙ୍କୁ ଅଟକାଇ ହାଡିଗୋହିରୀକୁ ଟାଣି ନେଇ ହାଣିଥିଲେ । ବିକାଶ ଜଣେ ବଡିବିଲ୍ଡର୍‌ । ତେଣୁ ଏମାନଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଯଥେଷ୍ଟ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ସେ ଅବଶ ହୋଇ ପଡିଥିଲେ । ମୁଣ୍ଡ ସହିତ ଦୁଇ ହାତକୁ ହାଣିଥିଲେ ଦୁର୍ବୃତ୍ତ । ହାତ ସହିତ ବାମ ପାପୁଲି ଅଧା କଟି ଯିବା ସହ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ପଡିଯାଇଥିବାବେଳେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ବିକାଶଙ୍କ ବାଇକ୍‌କୁ ବି ହାଣି ଓ ବାଡେଇ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ଚିତ୍କାର ଶୁଣି ସାହି ଲୋକେ ସେଠାକୁ ଦୌଡି ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ପରେ ସାହିରେ ପୁଲିସ ଛାଉଣୀ ହୋଇଛି । ଦୁର୍ବୃତ୍ତଙ୍କ ପତ୍ତା ପାଇ ନଥିବାବେଳେ ପୁଲିସ ଏମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ପୂର୍ବ ବିବାଦକୁ କେନ୍ଦ୍ର କରି ଶନିବାର ବିକାଶ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ବିକାଶ ଏକ ସାଇକେଲ୍‌ ଭାଙ୍ଗି ଦେଇଥିଲେ ବୋଲି ସାହି ଲୋକେ କହିଛନ୍ତି । ଏହି ଘଟଣାରୁ ବିବାଦ ବଢ଼ିଥିବାବେଳେ ରବିବାର ସନ୍ଧ୍ୟାରେ ତାଙ୍କୁ ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଥିବା ପୁଲିସ ଜାଣିବାକୁ ପାଇଛି ।