ପ୍ରମୁଖ ଖବର
  • ୭ ନେତାଙ୍କୁ ବିଦା କଲା ବିଜେପି, ଦଳ ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ
  • ||
  • ୟୁଜିସି-ନେଟ୍‌ ଆବେଦନ ଅବଧି ବୃଦ୍ଧି: ମେ ୧୭ ଯାଏଁ କରିପାରିବେ ଆବେଦନ, ଜୁନ୍‌ ୧୮ରେ ପରୀକ୍ଷା
  • ||
  • IPL 2024: ଇଡେନ ଗାର୍ଡେନ୍ସରେ କୋଲକାତାକୁ ଭେଟିବ ମୁମ୍ବାଇ, ନାଇଟ୍‌ ରାଇଡର୍ସର ଶ୍ରେଷ୍ଠ ୨ ଲକ୍ଷ୍ୟ
  • ||
  • ରାଜ୍ୟରେ ସକ୍ରିୟ କାଳବୈଶାଖୀ: ଉତ୍ତର ଉପକୂଳରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା, ୧୬ ଜିଲ୍ଲାକୁ ଆଲର୍ଟ
  • ||

ପୁରୀ ରେଳ ଷ୍ଟେସନ୍‌ରେ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ ଛାତ,୨ ଗୁୁରୁତର

ପୁରୀ ୨୮/୦୪: ପୁରୀ ରେଳ ଷ୍ଟେସନ୍‌ରେ ଅଘଟଣ। ଭୁଶୁଡିଲା ନିର୍ମାଣାଧୀନ ଛାତ। ତଳେ ଚାପି ହୋଇ ଦୁଇ ଶ୍ରମିକ ଗୁରୁତର। ଉଭୟଙ୍କୁ ଉଦ୍ଧାର କରାଯାଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।  ନିର୍ମାଣଧୀନ କୋଠା ଏକାଧିକ ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ  ଅଗ୍ନିଶମବାହୀନୀ, ଜିଆରପି ଓ ଆରପିଏଫ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। 

ସୂଚନା ମୁତାବିକ, ରବିବାର ଦିନ ପୁରୀ ରେଳ ଷ୍ଟେଟସରେ ଘଟିଛି ବଡ଼ଧରଣର ଅଘଟଣ । ରେଳ ଷ୍ଟେସନରେ ଚାଲିଥିବା ନିର୍ମାଣାଧୀନ କୋଠାର ସେଣ୍ଟ୍ରିଂ ଭୁଶୁଡିଛି । ଯାହାଫଳରେ କି ସେହି ସମୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଦୁଇ ଜଣ ଚାପି ହୋଇ ଗୁରୁତର ହୋଇଛନ୍ତି । ଏହି ଅଘଟଣ ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍‌କୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ , ଜିଆର୍‌ପି ଏବଂ ଆରପିଏଫ୍ ବାହିନୀ ମୁତୟନ ରହିଛନ୍ତି । ଏବେ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.