PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ମୁମ୍ୱାଇରେ ଭୁଶୁଡ଼ିଲା ୪ ମହଲା କୋଠା, ୫ ଜଣ ଚାପି ହୋଇ ରହିଥିବା ଆଶଙ୍କା

pic- ndtv.in

ମୁମ୍ୱାଇ,୨୬/୦୧: ମୁମ୍ୱାଇ ବାଂନ୍ଦ୍ରାରେ ଭୁଶୁଡ଼ିଲା ୪ ମହଲା କୋଠା ଘର। ବାଂନ୍ଦ୍ରା ସ୍ଥିତ ବେହରାମ ନଗରରେ ଏଭଳି ଘଟଣା ଘଟିଛି। ଭୁଶୁଡ଼ିଥିବା କୋଠା ତଳେ ୫ରୁ ୬ ଜଣ ଲୋକ ଚାପି ରହିଥିବା ଜଣାପଡ଼ିଛି।ବାଂନ୍ଦ୍ରା ବେହରାମ ନଗର ସ୍ଥିତ ରଜା ମସ୍ଜିଦ ପାଖରେ ଥିବା ୪ ମହଲା କୋଠା ଭୁଶୁଡ଼ିଛି। ଖବାର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ଯେ ମୁମ୍ୱାଇ ପଶ୍ଚିମା ଅଞ୍ଚଳରେ ଥିବା ବେହରାମ ନଗରରେ ଅପରାହ୍ନ ତିନିଟା ମୟରେ ପ୍ରାୟ ୫୦ ମିନିଟରେ  ୪ ମହାଲ କୋଠା ଭୁଶୁଡ଼ି ପଡ଼ିଛି। ଏଥିରେ ପ୍ରାୟ ୫ ଜଣ ଲୋକ ଚାପି ହୋଇ ରହିଛନ୍ତି। ସେ ଆହୁରି କହିଛନ୍ତି ଯେ ଦମକଳ ବିଭାଗ ଓ ପୁଲିସ କର୍ମୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହାସହ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣା ସ୍ଥଳକୁ ୬ ଟି ଆମ୍ୱୁଲାନ୍ସ ଓ ୫ଟି ଦମକଳ ଗାଡ଼ି ପହଞ୍ଚିଛି।  

ସମ୍ବନ୍ଧିତ ଖବର