PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ନିଶାସକ୍ତ ସମାଜବାଦୀ ପାର୍ଟି ନେତାଙ୍କ ଧମକ: ‘ଆମ ସରକାର ଆସିଲେ ପୁରା ସହରରେ ନିଆଁ ଲଗାଇଦେବୁ’

https://hindi.news18.com/

ବୁଲନ୍ଦସହର,୧୦।୮: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ସମାଜବାଦୀ ପାର୍ଟି(ଏସପି)ର ଏସଏସି-ଏସଟି ପ୍ରକୋଷ୍ଟର ଜିଲ୍ଲାଧ୍ୟକ୍ଷ ପୁଷ୍ପେନ୍ଦ୍ର ଜାଟଓ୍ବାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସମାଜବାଦୀ ପାର୍ଟିର ନେତା ଜଣକ ପୋଲିସ ସହ ଯୁକ୍ତି-ତର୍କ କରୁଥିଲେ। ଏହା ସହିତ ସେ ଧମକ ଦେଇଥିଲେ ଯଦି ତାଙ୍କର ସରକାର ଆସେ ତେବେ ସାରା ସହରରେ ନିଆଁ ଲଗାଇ ଦେବେ। ପ୍ରକୃତରେ କୁହାଯାଉଛି ଯେ, ପୁଷ୍ପେନ୍ଦ୍ର ମଦ ଦୋକାନ ଆଗରେ ହଙ୍ଗାମା କରିବା ସହ ମାସ୍କ ଲଗାଇନଥିଲେ। ପୋଲିସ ତାଙ୍କୁ ଯେତେବେଳେ ତାଙ୍କୁ ରୋକି ଶାନ୍ତିଭଙ୍ଗ ନୋଟିସ୍ ଦେଇଥିଲା ସେ ଧମକ ଦେବା ଆରମ୍ଭ କରିଥିଲେ।

ମାମଲାଟି ବୁଲନ୍ଦସହରର, ଯେଉଁଠି ନିଶାରେ ଥିବା  ନେତାଙ୍କୁ ପୋଲିସ ମାସ୍କ ପିନ୍ଧିବାକୁ କହିଥିଲା ସେତେବେଳେ ସେ ଝଗଡା କରିଥିଲେ। ଭିଡିଓରେ ନେତାଜୀ କହୁଛନ୍ତି, ସମାଜବାଦୀ ସରକାର ଆସିବା ପରେ ସହରକୁ ନିଆଁ ଲଗାଇ ଦେବି। ପରେ ପୋଳିସ ଅଭିଯୁକ୍ତ ସମାଜବାଦୀ ପାର୍ଟି ନେତାଙ୍କ ମେଡିକାଲ ଚୁକ୍ତି ତାଙ୍କ ବିରୋଧରେ ଶାନ୍ତିଭଙ୍ଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମାଜବାଦୀ ପାର୍ଟି ନେତାଙ୍କ  ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଭିଡିଓରେ ନେତା ଜଣକ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରିଦେବାର ଧମକ ଦେଉଛନ୍ତି। ଏହା ଭିତରେ ହଙ୍ଗାମା ବଢୁଥିବାର ଦେଖି ପୋଲିସ ଭିଡିଓ ତିଆରି କରିନେଇଛି। ଭିଡିଓରେ ସମାଜବାଦୀ ପାର୍ଟି ନେତା ସ୍ପଷ୍ଟ କରିଛନ୍ତି ଯେ, ଏହି ସହରରେ ନିଆଁ ଲଗାଇ ଦେବୁ। ସରକାର ଆସିବେ ଯଦି ପୋଲିସକର୍ମୀଙ୍କୁ ମଧ୍ୟ ଦେଖି ନେବୁ। ପୋଲିସ ସମାଜବାଦୀ ନେତା ଥାନା ନେଇଆସିଥିଲା। ଜଣାପଡିବା ପରେ ସମାଜବାଦୀ ପାର୍ଟି ଜିଲାଧ୍ୟକ୍ଷ ଅମଜଦ ଗୁଡ୍ଡୁ ମଧ୍ୟ ଥାନା ପହଁଞ୍ଚି ଯାଇଥିଲେ। ଏହାପରେ ପୋଲିସ ସମାଜବାଦୀ ପାର୍ଟି ନେତା ପୁଷ୍ପେନ୍ଦ୍ର ଜାଟବଙ୍କ ଶାନ୍ତି-ଭଙ୍ଗର ଚାଳନା କରି ଛାଡି ଦେଇଛି।

ଏସଏସପି ସନ୍ତୋଷ କୁମାର ସିଂ କହିଛନ୍ତି, ମୁଁ ପୁରା ଭିଡିଓ ଦେଖିଛି। ସମାଜବାଦୀ ପାର୍ଟି ନେତାର ମେଡିକାଲ କରାଯାଇଛି, ଯେଉଁଥିରେ ମଦ ପିଇବା ନେଇ ଜଣାପଡିଛି। ଏ ପର୍ଯ୍ୟନ୍ତ କେହି ସମାଜବାଦୀ ପାର୍ଟି ବିରୋଧରେ ଅଭିଯୋଗ କରିନାହାନ୍ତି, ଯାହାକି ପୋଲିସକର୍ମୀଙ୍କ ଭିଡିଓରେ ଦେଖିବାକୁ ମିଳିଛି ତାଙ୍କର ବୟାନ ନିଆଯିବ। ଯଦି ସମାଜବାଦୀ ନେତା ପୋଲିସ ସହିତ ଅଭଦ୍ରାମୀ କରନ୍ତି ତେବେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଧାରାରେ ରିପୋର୍ଟ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର