ଓଡ଼ିଶା ଉପକୂଳରୁ ଦୂରଉଛି ‘ବୁଲ୍ବୁଲ୍’ : ସନ୍ଧ୍ୟା ସୁଦ୍ଧା କମିବ ପବନ, ରାତି ସୁଦ୍ଧା କମିବ ବର୍ଷା, କାଲିଠୁ ପାଗ ଶୁଖିଲା

ଭୁବନେଶ୍ୱର ୯।୧୧: ବାତ୍ୟା ବୁଲ୍‌ବୁଲ୍‌ ଏବେ ବଙ୍ଗୋପସାଗର ମଧ୍ୟରେ ଉତ୍ତର ଦିଗରେ ଗତି କରୁଛି । ଏବେ ଏହା ଉତ୍ତର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ଉପକୂଳ ଆଡକୁ ଗତି କରୁଛି । ଆଇଏମ୍‌ଡି ବୁଲେଟିନ୍‌ ଅନୁସାରେ ସକାଳ ୧୧ଟା ୩୦ ବେଳକୁ ଏହା ପଶ୍ଚିମ ଓ ମଧ୍ୟ ବଙ୍ଗୋପ ସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା । ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ଆଗକୁ ବଢୁଛି ।

ବୁଲବୁଲ ଓଡିଶା ଉପକୂଳରୁ ଦୂରେଇଛି। ସନ୍ଧ୍ୟା ସୁଦ୍ଧା ପବନ କମିଯିବ ଏବଂ ରାତି ସୁଦ୍ଧା ବର୍ଷା କମିଯିବ। କାଲିଠାରୁ ପାଗ ଶୁଖିଲା ରହିବ। ଏବେ ପଶ୍ଚିମବଙ୍ଗର ଉତ୍ତର ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚମବଙ୍ଗର ସାଗର ଦ୍ୱୀପ ଆଡକୁ ବଢୁଛି । ଏହା ସକାଳେ ସାଗର ଦ୍ୱୀପ ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ଥିଲା । ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବଙ୍ଗଳାଦେଶର ଖେପୁଆରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ଆଜି ରାତି ଭିତରେ ଏହା ଭୀଷଣ ସାମୁଦ୍ରିକ ଝଡ ଭାବେ ସ୍ଥଳଭାଗ ଛୁଇଁବ । ପରେ ଏହା ଦୂର୍ବଳ ହୋଇଯିବ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ । ଏହା ବେଳେ ବେଳେ ୧୩୫ କିଲୋମିଟର ଅତିକ୍ରମ କରିପାରେ ।

   ସମ୍ବନ୍ଧିତ ଖବର


ଏଣିକି ଦୋକାନ ନାଁ ଓଡ଼ିଆରେ ନଲେଖିଲେ ଦେବାକୁ ପଡିବ ଜୋରିମାନା

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ

ପୁଣି ୟୁପି ରାଜନୀତିକୁ ଫେରିବ କି ଦାଦା-ପୁତୁରାଙ୍କ ଯୋଡି? ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଏହା କହିଲେ ଶିବପାଲ

ବିଲ୍ ଗେଟସଙ୍କ ସହିତ ସ୍ମୃତି ଇରାନୀ ସେୟାର କଲେ ଫଟୋ, କ୍ୟାପସନରେ ନିଜ ପାଠପଢାକୁ ନେଇ ଏଭଳି ଲେଖିବା ପରେ ୟୁଜର୍ସ କହିଲେ…