PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ରଖେ ହରି ତ ମାରେ କିଏ: ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭେଦ କରି ପର୍ସରେ ଅଟକି ଗଲା ଗୁଳି, ଅଳ୍ପକେ ବର୍ତ୍ତିଲେ କନଷ୍ଟେବଳ

ଫିରୋଜାବାଦ, ୨୨|୧୨:   ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଇଛି। ଅନେକ ବିକ୍ଷୋଭକାରୀ ଥାନା ଭଙ୍ଗାରୁଜା କରିବା ସହ ଗାଡି ମଟର ମଧ୍ୟ ପୋଡି ଦେଇଥିବା ଦେଖିବାକୁ ମିଳିଛି। ଏପରିକି ପୋଲିସ ଉପରକୁ ମଥର ମାଡ ମଧ୍ୟ ହୋଇଛି। ଏହା ମଧ୍ୟରେ ଫିରୋଜାବାଦରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଗତ ଶୁକ୍ରବାର ଦିନ ସହରରେ ହେଉଥିବା ହିଂସା ସମୟରେ ବୁଲେଟପ୍ରୁଫ ଜ୍ୟାକେଟ୍ ପିନ୍ଧିଥିବା ଜଣେ ପୋଲିସ କର୍ମୀଙ୍କୁ ଗୁଳି ମାଡ ହୋଇଥିଲା। କିନ୍ତୁ ପର୍ସରେ ରହିଥିବା କଏନ୍ ପାଇଁ ତାଙ୍କ ଜୀବନ ବର୍ତ୍ତିଯାଇଥିଲା।

ହିଂସାକାଣ୍ଡ ବେଳେ କନଷ୍ଟେବଳ ଭାବେ କାର୍ଯ୍ୟରତ ବିଜେନ୍ଦ୍ର କୁମାର ନିଜ ଟିମ୍ ସହ ସୁରକ୍ଷାରେ ମୁତୟନ ହୋଇଥିଲେ। ସେହି ସମୟରେ ଏକ ଗୁଳି ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ଭେଦ କରି ପର୍ସରେ ଅଟକି ଯାଇଥିଲା। ଫଳରେ ସେ ବର୍ତ୍ତି ଯାଇଥିଲେ।

କୁହାଯାଉଛି ଯେ, ବିଜେନ୍ଦ୍ର କୁମାର ତାଙ୍କ ପର୍ସକୁ ସାର୍ଟ୍ ପକେଟରେ ରଖିଥିଲେ। ତେବେ ସେହି ସମୟରେ ତାଙ୍କ ଉପରେ ଗୁଳିମାଡ କରାଯାଇଥିଲା। ଗୁଳିଟି ବୁଲେଟପ୍ରୁଫ୍ ଜ୍ୟାକେଟକୁ ଭେଦ କରିଦେଇଥିଲା। କିନ୍ତୁ ସାର୍ଟରେ ପର୍ସ ଭିତରେ ଥିବା ଏକ କଏନ୍ ଗୁଳିଟିକୁ ରୋକି ଦେଇଥିଲା। ତେବେ ଏହା ତାଙ୍କୁ ଦ୍ୱିତୀୟ ଜୀବନ ଭଳି ଲାଗୁଥିବା ବିଜେନ୍ଦ୍ର କହିଛନ୍ତି।

ପୋଲିସ ଉପରେ ହୋଇଥିଲା ପଥରମାଡ

ଫିରୋଜାବାଦରେ ଶୁକ୍ରବାର ଦିନ ସିଏଏକୁ ନେଇ ଦେଖାଯାଇଥିବା ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। ସେହି ସମୟରେ ବିକ୍ଷୋଭକାରୀ ପୋଲିସ ଉପରେ ପଥରମାଡ କରିଥିଲେ। ଏପରିକି ଏକ ଥାନାକୁ ମଧ୍ୟ ଜାଳିଦିଆଯାଇଥିଲା।