PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଝିଅର ବୁଲେଟ ଚଲେଇବା ଭାରି ପଡିଲା ବାପା ଉପରେ,ଘରେ ପଶି ହତ୍ୟା କଲେ ଗାଁର ୩ ଯୁବକ

ଗ୍ରେଟର ନୋଏଡା,୬।୯: ଆମ ଦେଶରେ ମହିଳା ଝିଅଙ୍କ ଅପେକ୍ଷା ପୁଅଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ପୁଅମାନେ ଯାହା କରୁଛନ୍ତି ତାକୁ ଯଦି ଝିଅମାନେ କରନ୍ତି ତେବେ ଏଥିପାଇଁ ରହିଥାଏ ବହୁ କଟକଣା। ଏପରିକି ଝିଅମାନେ ସ୍ବାଧୀନତାରେ ନିଜର ଜୀବନ ବିତାଇବା ପାଇଁ ଚେଷ୍ଟା କଲେ ଦେବାକୁ ପଡିଥାଏ ଏହାର ମୂଲ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗ୍ରେଟର ନଏଡାରେ। ଜଣେ ଯୁବତୀ ବୁଲେଟ୍ ଚଳାଇବାକୁ ଇଛା କରିବାରୁ ତାଙ୍କ ବାପାଙ୍କୁ କହିଥିଲେ। ଝିଅର କଥା ରଖି ତାଙ୍କର ବାପା ତାଙ୍କୁ ବୁଲେଟ୍ କିଣିକି ଦେଇଥିଲେ। ତେବେ ଝିଅଟି ଯେତେବେଳେ ବୁଲେଟ ଚଲାଇଲା ତାହା କିଛି ଯୁବକଙ୍କୁ ପସନ୍ଦ ଆସିଲାନି ଓ ସେମାନେ ଝିଅଟିର ବାପାକୁ ଗୁଳି କରି ହତ୍ୟା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗ୍ରେଟର ନୋଏହାର କୋତଓ୍ବାଲି ଅନ୍ତର୍ଗତ ମିଲକା ଖଟନା ଗାଁର ସୁନିଲ କୁମାର ନାମକ ଜଣେ ବ୍ୟକ୍ତିଙ୍କୁ ଗାଁର କିଛି ଦୁର୍ବୁତ୍ତ ଗୁଳି କରି ହତ୍ୟା କରିଛନ୍ତି। ସୁନିଲଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି। ସବୁ ଝିଅଙ୍କ ଠାରୁ ପୁଅ ସାନ ଓ ୩ ଝିଅଙ୍କର ବାହାଘର ହୋଇସାରିଛି। ତେଣୁ ସବୁଠାରୁ ସାନ ଝିଅକୁ ଯିବା ଆସିବା ପାଇଁ ସୁନିଲ କୁମାର ଏକ ବୁଲେଟ୍‌ କିଣିକି ଦେଇଥିଲେ। ତେବେ ଗାଁର କିଛି ଯୁବକଙ୍କୁ ଏହା ପସନ୍ଦ ଆସିନଥିଲା। ଝିଅଟିକୁ ଏବଂ ସୁନିଲଙ୍କୁ ବାରମ୍ବାର ସେମାନେ ବୁଲେଟ୍ ନଚଲାବା ପାଇଁ ଧମକ ଦେଉଥିଲେ, କିନ୍ତୁ ଦୁହେଁ ନମାନିବାରୁ ଦୁର୍ବୁର୍ତ୍ତମାନେ ଘରେ ପଶି ତାକୁ ଗୁଳି କରି ହତ୍ୟା କରିଛନ୍ତି।

ଏହି ଘଟଣା ପରେ ସୁନିଲଙ୍କ ପରିବାର  ୩ ଜଣ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଏବେ ଗାଁର କିଛି ଗୁଣ୍ଡା ଶ୍ରେଣୀର ଲୋକ  ପଞ୍ଚାୟତ ମାଧ୍ୟମରେ ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି। ଗତ ବୁଧବାର ଏହି ପ୍ରସଙ୍ଗରେ ଗାଁର ପଞ୍ଚାୟତରେ କଥା ପଡିନଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇନଥିଲା।

ସମ୍ବନ୍ଧିତ ଖବର