ଲାଇଟ୍‌, କ୍ୟାମେରା, ଆକ୍ସନ୍- ଫଟୋସୁଟ୍‌ର ଫାଷ୍ଟ ଲୁକ୍‌…

ଭୁବନେଶ୍ବର ୨୮/୦୮: ଲାଇଟ୍‌, କ୍ୟାମେରା, ଆକ୍ସନ୍‌… । କହିଲା ପରେ ଆଉ କିଛି କହିବା ଦରକାର ନାହିଁ । ସେଟ୍‌ରେ ସମସ୍ତେ ଆପେ ଆପେ ରେଡ୍ଡୀ ହୋଇଯାଆନ୍ତି । ସୁଟିଂ ଆଗେଇ ଚାଲେ । ସାଧାରଣ ଭାବରେ କହିଲେ, ସୁଟିଂ ଆରମ୍ଭ । ମହାମାରୀ କରୋନା ପାଇଁ ପାଖାପାଖି ୪ମାସ କାଳ ସୁଟିଂ ବନ୍ଦ ରହିଲା । ସରକାର ଏସ୍‌ଓପି ଆଣିବା ପରେ ସବୁକିଛି ପୂର୍ବ ଅବସ୍ଥାକୁ ଫେରିବା ଆରମ୍ଭ କରିଛି । ପୁଣି ସୁଟିଂ ଆରମ୍ଭ ହୋଇଛି । ଠିକ୍‌ ଏତିକିବେଳେ ଓଲିଉଡର ସୁନ୍ଦରୀ ନାୟିକା ଭୂମିକା ଦାଶ ସୋସିଆଲ୍‌ ମିଡିଆରେ ନିଜର ଏକ ସୁନ୍ଦର ଫଟୋକୁ ଛାଡ଼ି ଲେଖିଛନ୍ତି, ଲାଇଟ୍‌, କ୍ୟାମେରା, ଆକ୍ସନ୍‌… ।

ପାରମ୍ପରିକ ହସ୍ତତନ୍ତରେ ତିଆରି ଏକ ପୋଷାକ ପିନ୍ଧି ସେ ପୂରା ଝଲସୁଛନ୍ତି । ଫଟୋକୁ ସାଢ଼େ ୪ହଜାରରୁ ଅଧିକ ଦର୍ଶକ ଲାଇକ୍‌ କରିବା ସହ ୨୫୦ରୁ ଅଧିକ ପ୍ରଶଂସକ ମତାମତ ଦେଇଛନ୍ତି । ଫଟୋ ପୋଷ୍ଟରେ ଭୂମିକା ଉଲ୍ଲେଖ କରିଛନ୍ତି, ଏହା ଫଟୋସୁଟ୍‌ର ଫାଷ୍ଟ ଲୁକ୍‌ ।

ଅବିକା ପକ୍ଷରୁ ଏହି ଫଟୋସୁଟ୍‌ ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ କରାଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଭୂମିକା ଅବିକା ପ୍ରସ୍ତୁତ ହସ୍ତତନ୍ତ ପୋଷକ ପିନ୍ଧିଛନ୍ତି । ତାଙ୍କୁ ମେକ୍‌ଅପ୍‌ରେ ରାଜକିଶୋର ରାଜୁ, କେଶବିନ୍ୟାସରେ ତୁଳସୀ ବେହେରା, ଷ୍ଟାଇଲିଂ ଓ ଜୁଏଲାରୀରେ ମହେନ୍ଦ୍ର ବରାଳ ଏବଂ ପ୍ରଡକ୍ସନ୍‌ରେ ଅବିନାଶ ସାହୁ ସହଯୋଗ କରିଥିବା ଉଲ୍ଲେଖ କରିଛନ୍ତି ।

   ସମ୍ବନ୍ଧିତ ଖବର


ନେହା କକ୍କରଙ୍କୁ କପିଲ୍‌ ଶର୍ମା ପଚାରିଲେ, ଏହି ଡ୍ରେସ୍‌ କେଉଁଠୁ ଆଣିଲ…

ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan

ସମୁଦ୍ରରେ ଅଭିନେତ୍ରୀଙ୍କ ଷ୍ଟଣ୍ଟ – ଦିଶା ପଟାନି ମୁଣ୍ଡ ଦ୍ୱାରା ପାଣିରେ ଠିଆ ହେଲେ , ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା