ଭାରତୀୟ ରେଲ୍ଓ୍ବେର ବମ୍ପର ଅଫର୍, ଟିକଟ ବୁକ୍ କଲେ ମିଳିବ ୫ ପ୍ରତିଶତ ଛାଡ଼

ଟ୍ରେନରେ ଜେନେରାଲ୍ ଟିକଟ୍ ଅଥାବ ସାମାନ୍ୟ ଶ୍ରେଣୀର ଟିକଟ ନେବା ପାଇଁ ଆଉ ଟିକଟ୍ ଝରକା ପାଖରେ ଧାଡ଼ି ଲଗାଇବା ଜରୁରୀ ନାହିଁ। ବର୍ତମାନ ରେଲଓ୍ବେ ତରଫରୁ ମୋବାଇଲ ଆପ୍ ଜରିଆରେ ସାମାନ୍ୟ ଶ୍ରେଣୀର ଟିକଟ୍ ନିଆଯାଇପାରିବ। ଏହା ବ୍ୟତୀତ ମୋବାଇଲ୍ ଆପରେ ଜରିଆରେ ଟିକଟ୍ ବୁକ୍ କରିବା ଦ୍ବାରା ପାଞ୍ଚ ପ୍ରତିଶତ ଛାଡ଼ ମିଳିବ। ଏହି ବାବଦରେ ରେଲଓ୍ବେ ପ୍ରଶାସନ ତରଫରୁ ସମସ୍ତ ରେଲଓ୍ବେ ଷ୍ଟେସନରେ ଯାଆସ କରୁଥିବା ଯାତ୍ରୀମାନଙ୍କୁ ଏନେଇ ସଚେତନ କରାଯାଉଛି।

ମୁରାଦାବାଦ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ରେଖା ଶର୍ମାଙ୍କ ନିର୍ଦେଶ ଅନୁସାରେ ରବିବାର ଦିନ ମୁଖ୍ୟ ବୁକିଂ ପର୍ଯ୍ୟବେକ୍ଷକ ରାଜବୀର ସିଂହ, ସିଏମ୍ଆଇ ଏସ୍.କେ ଅଗ୍ରଓ୍ବାଲ ଡେରାଡୁନ୍ ଷ୍ଟେସନରେ ଯାତ୍ରୀଙ୍କୁ ମୋବାଇଲ୍ ଆପ୍ ଜରିଆରେ ଅସଂରକ୍ଷିତ ଟିକଟ୍ ନେବା ପାଇଁ ସୂଚନା ଦେଇଥିଲେ। ସିଏମ୍ଆଇ ଏସ୍.କେ ଅଗ୍ରଓ୍ବାଲ କହିଛନ୍ତି କି, ମୋବାଇଲ୍ ଆପ୍ ଜରିଆରେ ପ୍ରତିଦିନର ଟିକଟ୍ ବ୍ୟତୀତ ମାସିକ ଟିକଟ୍ ମଧ୍ୟ ନିଆଯାଇପାରିବ। ଏହା ସହିତ ଏହାର ନବୀକରର ମଧ୍ୟ କରାଯାଇପାରିବ। ମୋବାଇଲ ଆପରେ ସାମାନ୍ୟ ଶ୍ରେଣୀର ଟିକଟ୍ ବୁକ୍ କରିବା ଦ୍ବାରା ୫ପ୍ରତିଶତ ବୋନସ୍ ମିଳିବ।

ଏହି ଯୋଜନା ମାଧ୍ୟମରେ ପ୍ରତି ଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ୧୫ ଦିନ ପର୍ଯ୍ୟନ୍ତ ଅଭିଯାନ ଚାଳିବ । ଏହାର ସୁବିଧାର ଫାଇଦା ଉଠାଇବା ପାଇଁ ଗୁଗଲ ପ୍ଳେ ଷ୍ଟୋରରେ ୟୁଟିଏସ୍ ଅନଲାଇନ୍ ମୋବାଇଲ ଆପ୍ ଡାଉନଲୋଡ଼୍ କରିବାକୁ ପଡ଼ିବ।