PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

ବଣ୍ଟି ଔର ବବଲି ୨ର ଟ୍ରେଲର ରିଲିଜ୍ : ପୁରୁଣା ନୂଆଙ୍କ ଭିତରେ ଚାଲିବ ଲୁଚକାଳି ଖେଳ, ଦେଖନ୍ତୁ ଟ୍ରେଲର…

ନୂଆଦିଲ୍ଲୀ, ୨୫/୧୦ : ସୈଫ ଅଲ୍ଲୀ ଖାନ ଏବଂ ରାଣୀ ମୁଖାର୍ଜୀଙ୍କ ଷ୍ଟାରର ଫିଲ୍ମ ବଣ୍ଟି ଔର ବବଲି ୨ର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲରରେ ବଣ୍ଟି ଏବଂ ବବଲିଙ୍କ ସେହି ପୁରୁଣା ଯୋଡିର ଝଲକ ଦେଖିବାକୁ ମିଳୁଛି। ହେଲେ ଏଥର ପୁରୁଣା ବଣ୍ଟି ଓ ବବଲିଙ୍କୁ ନୂଆ ବଣ୍ଟି-ବବଲି ଚକ୍‌ମା ଦେବେ।

ଟ୍ରେଲରେ ଦେଖିବାକୁ ମିଳିଛି ଯେ, ପ୍ରକୃତ ବଣ୍ଟି ଏବଂ ବବଲି ତାଙ୍କର ପୁରୁଣା ଅଭ୍ୟାସ ଛାଡି ବୈବାହିକ ଜୀବନ ଆରମ୍ଭ କରି ସାରିଛନ୍ତି। ବଣ୍ଟି ଏକ ରେଲୱେ ଷ୍ଟେସନରେ ଟିକେଟ୍ କାଟିବା କାମ କରୁଛନ୍ତି। ସୁରୁଖୁରୁରେ ବବଲି ସହ ତାଙ୍କର ବୈବାହିକ ଜୀବନ କଟୁଛି। ହେଲେ ଅଚାନକ ତାଙ୍କ ନାଁରେ ଆଉ ୨ ଜଣ ବଣ୍ଟି ଓ ବବଲି ଏଣ୍ଟ୍ରି ମାରୁଛନ୍ତି। ହେଲେ ପୋଲିସ ପୁରୁଣା ବଣ୍ଟି ଓ ବବଲିଙ୍କୁ ସନ୍ଦେହ କରୁଛି। ଏହାପରେ ଅସଲି ବଣ୍ଟି ଓ ବବଲି ନକଲିଙ୍କୁ ଧରିବା ପାଇଁ ମିଶନ ଆରମ୍ଭ କରୁଛନ୍ତି। ହେଲେ ସେ ଏହି ମିଶନରେ ସଫଳ ହେଉଛନ୍ତି କି ନାହିଁ ତାହା ଦର୍ଶକ ଫିଲ୍ମରେ ଦେଖିବାକୁ ପାଇବେ।

ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶରବରୀ ନୂଆ ବଣ୍ଟି-ବବଲି ଭୂମିକାରେ ଅଭିନୟ କରିଛନ୍ତି। ପଙ୍କଜ ତ୍ରିପାଠୀ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ଏହି ଭୂମିକାରେ ଗତ ଥର ଅମିତାଭ ବଚ୍ଚନ ଅଭିନୟ କରିଥିଲେ। ବରୁଣ ବି ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଏବେ ଫ୍ୟାନ୍ସଙ୍କ ଏକ୍ସସାଇଟ୍‌ମେଣ୍ଟ୍ ଆହୁରି ବଢେଇ ଦେଇଛି। ଏହି ଫିଲ୍ମ ନଭେମ୍ବର ୧୯ରେ ରିଲିଜ୍ ହେବାକୁ ଯାଉଛି।