PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପାଟଣାଗଡ ପ୍ରଶାସନ ତରଫରୁ ଅସହାୟଙ୍କ ଶବ ସତ୍କାର

ପାଟଣାଗଡ, (ଆପ୍ର) -କରୋନା କୁ ନେଇ ଗାଁ ଗାଁ ରେ ଭୟର ବାତାବରଣ ଏଭଳି ସୃଷ୍ଟି ହୋଇଛି ଯେ ଲୋକେ ଶବକୁ ଛୁଇଁବାକୁ ମଧ୍ୟ ଭୟ କରୁଛନ୍ତି । ପାଟଣାଗଡ ବ୍ଲକ ବଣାଇମୁଣ୍ଡା ପଂଚାୟତର ଦଲଦଲି ଗ୍ରାମର ଜନୈକ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ନିକଟକୁ ଅନ୍ତେଷ୍ଟି କ୍ରିୟା ପାଇଁ ପାଖ ପଡୋଶୀ କେହି ଆସିନଥିଲେ । ପରେ ପାଟଣାଗଡ ପ୍ରଶାସନ ଏବଂ ପଂଚାୟତ ସ୍ତରୀୟ ଲୋକପ୍ରତିନିଧି ମାନେ ଖବର ପାଇ ଅସହାୟ ଶବ ସତ୍କାର କରିଛନ୍ତି । ସୂଚନା ଅନୁଯାୟୀ ପାଟଣାଗଡ ବ୍ଲକ ବଣାଇମୁଣ୍ଡା ଅନ୍ତର୍ଗତ ଦଲଦଲି ଗ୍ରାମରେ ଅର୍ଜୁନ କୁମୁୁଡିଆ ତାଙ୍କ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ନେଇ ରହୁଥିଲେ । ଗତ କିଛି ଦିନ ତଳେ ସେ କୋଭିଡ ଆକ୍ରାନ୍ତ ହୋଇଥିଲେ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ବଲାଙ୍ଗିର ଭୀମଭୋଇ ମେଡିକାଲ ରେ ଚିକିତ୍ସତ ହେଉଥିଲେ ।

କିଛିଦିନ ଚିକିତ୍ସା ପରେ ତାଙ୍କ ସ୍ତ୍ରୀ ଙ୍କ କହିବାନୁଯାୟୀ ସେଠାରେ ଠିକ ଭାବରେ ଚିକିତ୍ସା ପାଇନଥିଲେ ଏଣ୍‌ୁ ଆଜି ସକାଳେ ହସପିଟାଲ କର୍ତୃପକ୍ଷଙ୍କୁ ତାଙ୍କୁ ଛାଡିଦେବାକୁ କହି ଏକ ପ୍ରାଇଭେଟ ଆମ୍ବୁଲାନ୍ସ ରେ ନିଜ ଘରକୁ ଚାଲି ଆସିଥିଲେ । ଆଜି ସକାଳେ ଘରେ ପହଂଚିବା ପରେ କିଛି ସମୟ ପରେ ଅର୍ଜୁନଙ୍କ ସ୍ୱସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା ଏବଂ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଦଲଦଲି ଗ୍ରାମର ପାଖ ପଡୋଶୀ କେହି ଶବ ସତ୍କାର ପାଇଁ ଆସିନଥିଲେ । ଖବର ପାଇ ବଣାଇମୁଣ୍ଡା ସରପଂଚ ପାଟଣାଗଡ ବିଡିଓଙ୍କୁ ଜଣାଇଥିଲେ । ପରେ ପାଟଣାଗଡ ତହସିଲଦାର ଡ. ପୁଷ୍ପାଂଜଳୀ ପଣ୍ଡା ଙ୍କ ଉପସ୍ଥିତିରେ ବିଡିଓ ନୀଳମାଧବ ସୁନା, ଡାକ୍ତରଖାନା ଫାର୍ମାଷିଷ୍ଟ ମନୋଜ ଆଚାର୍ଯ୍ୟ, ଖୁଂଟସମଲାଇ ସମିତି ସଭ୍ୟ ଜୟନ୍ତ କୁମ୍ଭାର, ବଣାଇମୁଣ୍ଡା ସରପଂଚ ଏବଂ ସମିତି ସଭ୍ୟ ସମସ୍ତେ ପିପିଇ କିଟ ପିନ୍ଧି ଶବ ସତ୍କାର କରିଥିଲେ ।