PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବୁର୍ଲା ମେଡିକାଲ ଫାଣ୍ଡି ଅଧିକାରୀ କରୋନା ପଜିଟିଭ: ଫାଣ୍ଡି ସିଲ୍, ୧୦ରୁ ଉର୍ଦ୍ଧ୍ବ କର୍ମଚାରୀ କ୍ବାରେଣ୍ଟାଇନ୍

ବୁର୍ଲା ୧୦/୦୮: ବୁର୍ଲା ଭିମସାର ମେଡିକାଲର ଫାଣ୍ଡି ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆଉ ଏହା ଜଣାପଡିବା ପରେ ଫାଣ୍ଡିକୁ ସିଲ୍ କରି ଦିଆଯାଇଥିବା ବୁର୍ଲା ଥାନାଧିକାରୀ ବିଭୂତି ଭୂଷଣ ଭୋଇ ସୂଚନା ଦେଇଛନ୍ତି। ସେପଟେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦ରୁ ଉର୍ଦ୍ଧ୍ବ ପୁଲିସ କର୍ମଚାରୀ କ୍ବାରେଣ୍ଟାଇନ୍ ଯାଇଥିବା ଜଣାପଡିଛି।

ସୂଚନା ଥାଉ କି, ବୁର୍ଲା ମେଡିକାଲ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଫାଣ୍ଡିକୁ ବଦଳି କରାଯିବା ପରେ ଜ୍ୟୋତିବିହାର ଫାଣ୍ଡିରେ ଥିବା ଅଧିକାରୀଙ୍କୁ କିଛି ଦିନ ତଳେ ବୁର୍ଲା ମେଡିକାଲ ଫାଣ୍ଡିରେ ଅବସ୍ଥାପିତ କରାଯାଇଥିଲା ତେବେ ମେଡିକାଲ ଫାଣ୍ଡିରେ ଅଧିକାର ଉକ୍ତ ଏସ୍ଆଇଙ୍କ କରୋନା ଲକ୍ଷଣ ଦେଖିଯିବା ପରେ ବୁର୍ଲା ଭିମସାର୍‌ର କୋଭିଡ୍ ପରୀକ୍ଷଣ କେନ୍ଦ୍ରରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ସେ ସଂକ୍ରମିତ ଥିବା ଜଣାପଡିଥିଲା। ଏହା ପରେ ମେଡିକାଲ ଫାଣ୍ଡିରେ କାର୍ଯ୍ୟରତ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣର ଏକ ଭୟ ସୃଷ୍ଟି ହୋଇଥିଲା। ଏହା ସହିତ ପ୍ରଥମେ ମେଡିକାଲ ଫାଣ୍ଡିକୁ ସିଲ୍ କରାଯିବା ପରେ ସେଠାରେ କାର୍ଯ୍ୟରତ ପ୍ରାୟ ୧୦ରୁ ଉର୍ଦ୍ଧ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଛି।

ସେପେଟ, ଫାଣ୍ଡି ପରିସରକୁ ସାନିଟାଇଜ ମଧ୍ୟ କରାଯାଇଥିବା ବୁର୍ଲା ଥାନାଧିକାରୀ ଶ୍ରୀ ଭୋଇ ସୂଚନା ଦେଇଛନ୍ତି। ସେପଟେ ଏହି ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଅନ୍ୟାନ୍ୟ କେଉଁ କେଉଁ ପୁଲିସ କର୍ମଚାରୀ, ଅଧିକାରୀ ଏବଂ ମେଡିକାଲ କର୍ମଚାରୀ, ଡାକ୍ତର ବା ଅଧିକାରୀ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।