ଶ୍ରୀଲଙ୍କା ପରେ ଏବେ କେରଳ କଲେଜରେ ବୁର୍ଖା ପିନ୍ଧିବା ଉପରେ କଟକଣା

ଥିରୁଅନନ୍ତପୁରମ,୨।୫: ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ବୁର୍ଖା ପିନ୍ଧିବା ନେଇ ପୁଣିଥରେ ବିତର୍କ ଆରମ୍ଭ ହୋଇଛି। ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ଶିବସେନା ଓ ହିନ୍ଦୁ ସେନା ଭଳି ବିଭିନ୍ନ ସଂଗଠନ ଦାବି କରିଆସୁଛନ୍ତି। ତେବେ ଏହା ମଧ୍ୟରେ କେରଳର ଏକ କଲେଜ ବୁର୍ଖା ପରିଧାନକୁ ନିଷିଦ୍ଧ କରିଛି। ମୁସଲମାନ ଛାତ୍ରୀମାନେ ବୁର୍ଖା ପିନ୍ଧି କଲେଜକୁ ଆସିପାରିବେ ନାହିଁ ବୋଲି କେରଳ ମୁସଲିମ୍ ଏଜୁକେସନ୍ ବଡି ପକ୍ଷରୁ ସର୍କୁଲାର ଜାରିକରାଯାଇଛି। ସୂଚନା ଅନୁସାରେ କେରଳ ମଲ୍ଲପୁରମସ୍ଥିତ ସଂଖ୍ୟାଲଘୁ କଲେଜରେ ବୁର୍ଖା ପରିଧାନ ଉପରେ କଟକଣା ଜାରି କରାଯାଇଛି। ଏହି କଲେଜ ମୁସଲିମ ଏଜୁକେଶନ ସୋସାଇଟ୍ ଦ୍ୱାରା ପରିଚାଳିତ ହେଉଛି।

ଲୋକସଭା ନିର୍ବାଚନ ମଧ୍ୟରେ ଏହି ପ୍ରତିବନ୍ଧକକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହେବ ବୋଲି ଆଶଙ୍କା କରାଯାଇଛି। କେରଳର କେତେକ ସ୍ଥାନୀୟ ସଂଗଠନ କଲେଜର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।ପ୍ରକାଶଯୋଗ୍ୟ ଯେ ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଆତଙ୍କବାଦୀ ଆକ୍ରମଣରେ ୨୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ପରେ ସେଠାରେ ମୁସଲମାନ ମହିଳାଙ୍କ ବୁର୍ଖା ପରିଧାନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଦେଶରେ ମୁସଲମାନ ମହିଳାମାନେ କୌଣସି ପ୍ରକାରର ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନା ନିର୍ଦେଶନାମା ଜାରି କରିଛନ୍ତି।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…

ପାକିସ୍ତାନରେ କଡ଼ା ଆଇନ୍‌ – ନପୁଂସକ ହେବେ ଦୁଷ୍କର୍ମକାରୀ