ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍‌- କଟକ ଚାନ୍ଦବାଲି ରାସ୍ତାର ଜମଧର ଛକ ନିକଟରେ କେନ୍ଦ୍ରାପଡା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ

କେନ୍ଦ୍ରାପଡା – କଟକ ଚାନ୍ଦବାଲି ରାସ୍ତା ର ଜମଧର ଛକ ଠାରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡକୁ ଖସି ପଡ଼ିଛି l ସନ୍ଧ୍ୟା ପ୍ରାୟ ୫ ଟା ବେଳେ ଯାତ୍ରୀବାହୀ ବସ୍ ପବନ କୁମାର କଟକରୁ କେନ୍ଦ୍ରାପଡ଼ା ଅଭିମୁଖେ ଆସୁଥବା ବେଳେ ଜମଧର ଚ୍ଛକରେ ବସ ସାମନାକୁ ହଠାତ୍ ଏକ ସ୍କୁଟି ପଶିଯାଇଥିଲା l

ସ୍କୁଟିକୁ ବଞ୍ଚାଇବା ପାଇଁ ଯାଇ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଲା l ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ l ତେବେ ଯାତ୍ରୀମାନେ ଆହତ ହୋଇଥିବା ଜଣାପଡିଛି l ଆହତ ମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି l

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…