ଆମପାଣୀ ଘାଟିରେ ଦୁର୍ଘଟଣା: ଓଲଟିଲା ଯାତ୍ରୀବାହୀ ବସ୍‌ ‘ଦିଲଖୁସ୍’, ୨ ଆହତ

କଳାହାଣ୍ଡି,୧୩/ ୦୧: କଳାହାଣ୍ଡି-ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣୀ ଘାଟିରେ ଅଘଟଣ। ଆମପାଣୀ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ବସ୍‌ ହେଲପର ଓ ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀଛନ୍ତି ଅନ୍ୟ ଯାତ୍ରୀ ମାନେ । ଦୁର୍ଘଟଣା ଖବର ମିଳିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, ରାଜଧାନୀ ଭୁବନେଶ୍ବରରୁ ମାଲକାନଗିରି ଆସୁଥିବା “ଦିଲଖୁସ୍” ନାମକ ଏକ ଘରୋଇ ବସ୍‌ ଆମପାଣୀ ଘାଟିରେ ଓଲଡ଼ି ପଡ଼ିଥିଲା। ଦୁର୍ଘଟଣା ସଂପର୍କରେ ପୁଲିସ ଖବର ପାଇଥିଲା । ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗାଡ଼ିର ହେଲପର ଓ ଜଣେ ଯାତ୍ରୀ ଗୁରୁତର ଥିବା ଜଣାପଡିଛି।