ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ, ୨ ମୃତ

ନବରଙ୍ଗପୁର, ୧୫|୦୨:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ ଓଲଟି ପଡିବାରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୨୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆଜି ବସଟି କୋରାପୁଟ ଜୟପୁରରୁ ଚନ୍ଦାହାଣ୍ଡି ଅଭିମୁଖେ ଯାତ୍ରା କରୁଥିଲା। ତେବେ ପାପଡାହାଣ୍ଡି ମୃଗ ବିହାରରେ ରାସ୍ତାରେ ଏକ ଗାଈ ଚାଲି ଆସିଥିଲା। ଏହା ଦେଖି ଡ୍ରାଇଭରଜଣଙ୍କ ବ୍ରେକ୍ ମାରିଥିଲା। ଫଳରେ ଏହା ରାସ୍ତା ଉପରକୁ ଓଲଟି ପଡିଥିଲା। ଫଳରେ ୨ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ