ପ୍ରବାସୀଙ୍କୁ ଧରି ଆସୁଥିବାବେଳେ ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ

ବରଗଡ ୨୨/୫: ଗୁଜୁରାଟରୁ ୫୮ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ ଚାଳକଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ଗୁଜୁରାଟର ମାଣ୍ଡବି ଜିଲ୍ଲାର ଡ୍ରାଇଭର ଦିନେଶ ଭାଇ ପଟେଲ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।ତେବେ ଦିନେଶ ଗୁଜୁରାଟର ବରୋଦାରୁ ଶ୍ରମିକଙ୍କୁ ନେଇ ଓଡ଼ିଶାର ଗଞ୍ଜାମ ଜିଲ୍ଳା ଆସ୍କାକୁ ଯାଉଥିବା ଉକ୍ତ ବସଟି ଆଜି ଭୋରରେ ସୋହେଲା ଥାନାର ଲହୁରାଚଟୀକୁ ପହଞ୍ଚିଥିଲା। ସେଠାରେ ବସଯାତ୍ରୀମାନଙ୍କ ଷ୍ଟାମ୍ପିଂ ପରେ ବସ ଡ଼୍ରାଇଭରଙ୍କୁ ଖୋଜା ଯାଇଥିଲା । ଡ଼୍ରାଇଭର ତାଙ୍କ ସିଟରେ ଶୋଇଥିଲେ । ଯାତ୍ରୀମାନେ ତାଙ୍କୁ ଉଠାଇବାରୁ ସେ ଉଠି ନଥିଲେ । ସକାଳ ପ୍ରାୟ ସାଢେ ୧୦ଟାରେ ତାଙ୍କୁ ଆମ୍ବୁଲାନ୍ସରେ ସୋହେଲା ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଡ଼ାକ୍ତର ସେଠାରେ ପରୀକ୍ଷା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ବରଗଡ଼ ମୁଖ୍ୟଚିକିତ୍ସାଳୟରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

   ସମ୍ବନ୍ଧିତ ଖବର


ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ବରଗଡ: ବେଆଇନ ନିଶା ଔଷଧ ଓ କଫ୍ ସିରପ ଜବତ କଲା ପୋଲିସ, ୫ ଗିରଫ

ଖାକିରେ କଳଙ୍କ: ରାତିଅଧରେ ସର୍ଚ୍ଚ ନାଁରେ ମହିଳାଙ୍କୁ ଦୁର୍ବ୍ୟବହାର ! ବିଜେପୁର ଥାନା ଏସ୍‌ଆଇଙ୍କ ନାଁରେ ମାମଲା ରୁଜୁ

ବରଗଡ଼ରେ ନକଲି କୋଭିଡ୍-୧୯ ଭ୍ୟାକ୍ସିନ୍ ! ଡ୍ରଗ୍ସ ଇନ୍ସପେକ୍ଟରଙ୍କ ପକ୍ଷରୁ ଚଢ଼ଉ,ବିପୁଳ ପରିମାଣର ଭ୍ୟାକ୍ସିନ୍ ଜବତ

ଆଜି ୧୨ ଘଣ୍ଟିଆ ଅତାବିରା ବ୍ଲକ୍ ବନ୍ଦ : ଖୋଲିନି ଦୋକାନ ବଜାର, ଗାଡ଼ି ଚଳାଚଳ ବାଧାପ୍ରାପ୍ତ

ଚୋରି ଗାଡିକୁ ଫେରାଇବାକୁ ଡିଲ୍ କଲେ ସାମ୍ବାଦିକ ! ଯୁବକଙ୍କ ନାଁରେ ଏତାଲା ଦେଲେ ଗାଡ଼ିମାଲିକ