ଦୁର୍ଭାଗ୍ୟ ଶ୍ରମିକଙ୍କ ପିଛା ଛାଡୁନି : ବସ୍ ଦୁର୍ଘଟଣାରେ ପୁଣି ୪ ଆହତ, ଅଳ୍ପକେ ବର୍ତ୍ତିଲେ ୩୧ ପ୍ରବାସୀ

ଖଲ୍ଲିକୋଟ ୨୧।୫: ଟ୍ରକ୍ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବାବେଳେ ବର୍ତ୍ତି ଯାଇଛନ୍ତି ୩୧ ଯାତ୍ରୀ । ବସଟି ଚେନ୍ନାଇରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ଛକଠାରେ ବୁଧବାର ବସଟି ଦୁର୍ଘଟଣା ହୋଇଛି ।

ବସ୍ ଡ୍ରାଇଭରଙ୍କ ନିଦରେ ଆଖି ଲାଗିଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୂର୍ବରୁ ଠିଆ ହୋଇଥିବା ମାଲବାହୀ ଟ୍ରକ୍ ପଛକୁ ଧକ୍କା ଦେଇଥିଲା । ସମସ୍ତ ଆହାତକୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ସମସ୍ତ ଶ୍ରମିକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

   ସମ୍ବନ୍ଧିତ ଖବର


ମନ୍ଦିର ଖୋଲିବାକୁ ନିଆରା ପ୍ରୟାସ: ଆଇସ୍‌କ୍ରିମ୍‌ କାଠିରେ ଦୁର୍ଗାମୁଖା, ଦିଆସିଲି କାଠିରେ ଶ୍ରୀଜଗନ୍ନାଥ ତିଆରି କଲେ ଦୁଇ ଛାତ୍ର

ଗୌରବ ଆଣିଲେ କନ୍ଧମାଳର ସନ୍ଧ୍ୟାରାଣୀ: ଛୁଞ୍ଚି ମୁନରେ ୬୬, ୧୫୮ କାରୁକାର୍ଯ୍ୟ କରି ଗିନିଜ୍ ବୁକରେ କଲେ ରେକର୍ଡ

ବିବାଦରେ ଥାନା ଅଧିକାରୀ, ଦୁର୍ଗାପୂଜା ଶୁଭେଚ୍ଛା ବିଜ୍ଞାପନରେ ରଖିଥିଲେ ଦଳୀୟ ଚିହ୍ନ ଓ ନେତାଙ୍କ ଫଟୋ….

ବରମୁଣ୍ଡା ଓଭରବ୍ରିଜ ତଳୁ ମୃତଦେହ ଉଦ୍ଧାର

ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କରୋନା

ବିବାହିତାଙ୍କୁ ପ୍ରେମ କରି ଠକି ଚମ୍ପଟ୍ ମାରିଥିଲେ ଲମ୍ପଟ ପ୍ରେମିକ, ଧରାପଡି ଜେଲ୍‌ ଗଲା ଯୁବକ