ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗସ୍ତ, ଡ୍ରାଇଭର ମୃତ

ଖୋର୍ଦ୍ଧା ୫/୫: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଛକ ନିକଟରେ ପୁଣି ଏକ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରବାସୀ ଓଡ଼ିଆଙ୍କୁ ନେଇ ଉକ୍ତ ବସ୍  ( ସିଲ୍କି ଲାଇନ୍ସ୍ ) ହାଇଦ୍ରାବାଦରୁ ବାଙ୍କୀ ଆସୁଥିଲା । ଏଥିରେ ବାଙ୍କୀ ଓ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର (୪୦ ଜଣ) ପ୍ରବାସୀ ଓଡିଆମାନେ ଥିଲେ । ଚମୃତ ଡ୍ରାଇଭର ଜଣକ କେ ଶ୍ରୀକାନ୍ତ । ରାସ୍ତାରେ ଅଟକି ରହିଥିବା ଏକ ଆମ୍ବ ବୋଝେଇ ଟ୍ରକ ପଛରେ ଏହି ଯାତ୍ରୀବାହୀ ବସ୍‌ଟି ଧକ୍କା ହୋଇଥିଲା ସୂଚନା ମିଳିଛି

ସୂଚନା ମୁତାବିକ, ଆଜି ଭୋରୁ ହାଇଦ୍ରାବାଦରୁ ୪୦ଜଣ ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ବେଳେ ସିଲ୍କି ଲାଇନ୍ସ ନାମକ ବସ୍‌ଟି ୧୬ ନମ୍ବର ଜାତୀୟ ରାଜପଥର କୁହୁଡି ଛକ ନିକଟରେଏକ ଆମ୍ବ ବୋଝେଇ ଟ୍ରକ ପଛରେ ଧକ୍କା ଦେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ଡ୍ରାଇଭର ଜଣ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୧୦ଜଣରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ଓ ଅଗ୍ନଶମ ବାହିନୀ ପହଞ୍ଚି ଉଦ୍ଧାର କରିଛନ୍ତି।

   ସମ୍ବନ୍ଧିତ ଖବର


ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ମାଲବାହୀ ଟ୍ରକ- କାର୍ ମୁହାଁମୁହିଁ ଧକ୍କା, ‌ ଡ୍ରାଇଭର ଓ ଯାତ୍ରୀ ଆହତ

ବହୁ ଚର୍ଚ୍ଚିତ ଜାଲ ଟିଡିଆର୍ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ

କରୋନା ଆକ୍ରାନ୍ତ ବନପାଳ ଦାଶରଥୀ ସାହୁଙ୍କର ଦେହାନ୍ତ