ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌ : ୫ ଗୁରୁତର,୧୫ରୁ ଉର୍ଦ୍ଧ୍ବ ଆହତ, ଡ୍ରାଇଭର୍ ଫେରାର୍

ନୟାଗଡ ୧୧।୩ : ରାସ୍ତା କଡକୁ ଓଲଟିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ୫ ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୂବନେଶ୍ବର ପଠାଯାଇଥିବାବଳେ ଆହତଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୂଆଗାଁ ଥାନା ଡିମିରିଝରୀ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ଛତିଶଗଡରୁ ଚନ୍ଦନ ନାମକ ଏକ ବସ୍ ଯୋଗେ ପ୍ରାୟ ୪୫ ଜଣ ଯାତ୍ରୀ ଗତ ଗୁରବାର ଦିନ ସମ୍ବଲପୁର ହୋଇ ପୁରୀ ଯାଇଥିଲେ । ମଙ୍ଗଳବାର ଦିନ ଜଗନ୍ନାଥ ଦର୍ଶନ ସାରି ସନ୍ଧ୍ୟାରେ ନୃସିଂହନାଥ ବାହାରିଥିଲେ । ବାଟରେ ଏକ ଢାବାରେ ଖାଇବା ପରେ ଡ୍ରାଇଭର ଦୃତ ବେଗରେ ଗାଡ଼ି ଚଳାଇଥିଲା ବୋଲି ଯାତ୍ରୀମାନେ କହିଛନ୍ତି । ଧୀରେ ଚଳାଇବାପାଇଁ କହିଥିଲେ ମାତ୍ର ଡ୍ରାଇଭର ଶୁଣି ନଥିଲା ।

ତେବେ  ରାତି ପ୍ରାୟ ୧୧.୩୦ ସମୟରେ ଡିମିରିଝରୀ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଥିଲା । ସ୍ଥାନୀୟ ଲୋକ ଏବଂ ନୟାଗଡ ଓ ନୂଆଗାଁ ଦମକଳ ବାହିନୀ ଲୋକମାନଙ୍କୁ ଉଦ୍ଧାର କରି ନୟାଗଡ ଡାକ୍ତରଖାନାକୁ ଆଣିଥିଲେ । ଗାଡି ତଳେ ୫ଜଣ ଚାପି ହୋଇଯାଇଥିବାରୁ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଏସ୍‌ପି ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ଚିକିତ୍ସା ସମ୍ପର୍କରେ ବୁଝିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । 


   ସମ୍ବନ୍ଧିତ ଖବର


ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ଜିତ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର

ଯୁବ ଇଂଜିନିୟର୍‌ଙ୍କୁ ମହଙ୍ଗା ପଡ଼ିଲା ଏକତରଫା ପ୍ରେମ: ଯୁବତୀଙ୍କ ହଷ୍ଟେଲ୍‌ ସମ୍ମୁଖରେ ହାଲ୍ଲାବୋଲ କରିବାରୁ ନିସ୍ତୁକ ଛେଚିଲେ ଦେଖଣାହାରୀ

ଟ୍ରକ୍‌କୁ ପଛରୁ ପିଟିଲା ବୋଲେରୋ, ୫ ବରଯାତ୍ରୀ ଗୁରୁତର

ରାସଗୋବିନ୍ଦପୁର ବନାଞ୍ଚଳ ରାସ୍ତାରୁ ୨୦୦ ଗ୍ରାମର ଭଙ୍ଗା ହାତୀ ଦାନ୍ତ ଉଦ୍ଧାର

ଚିକେନ୍‌ ରାନ୍ଧି ଅପେକ୍ଷା କରିଥିଲା ସ୍ତ୍ରୀ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ