ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ

accident
ରାଉରକେଲା ୨୫।୨ : ଓଲଟିଲା ବରଯାତ୍ରୀ ବସ୍। ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ। ଝାଡ଼ଖଣ୍ଡ ମନୋହରପୁର ଟିଙ୍କୁ ଘାଟିରେ ଏଭଳି ଅଭାବନୀୟ ଘଟରା।
ମିଳିଥିବା ସୂଚନାନୁସାରେ, ରାଉରକେଲା ବନ୍ଧମୁଣ୍ଡା ଡି.କେବିନ ଅଂଚଳରୁ ଗତ କାଲି ମନୋହରପୁର ଯାଇଥିଲେ ବରଯାତ୍ରୀ। ଆଜି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି ପୋଲିସ। ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି।