ସାଇଡ୍ ମାରିଲା ବସ: ଓଲଟି ପଡିଲା ଓମନି, ଖାଲକୁ ଖସି ପଡିଲା କାର

ଭଦ୍ରକ, ୧୫|୦୨:ବସ ସାଇଡ ମାରିଲା । ପ୍ରଥମେ ଗୋଟେ ଗାଡି ପାଣିରେ ଆଉ ଏକ ଗାଡି ରାସ୍ତା ଉପରେ ଓଲଟି ପଡିଲା । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଖୁଆପଦା ଦେଇ ଯାଇଥିବା ରାଜପଥର ଗୋଟିଏ ପାର୍ଶ୍ୱରେ ଗାଡି ଯାତାୟତ କରୁଥିଲା । ଗୋଟିଏ ଓମନି ଓ ଇଣ୍ଡିଗୋ କାର ଭଦ୍ରକ ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏକ ବସ ଉଭୟ ଗାଡିକୁ ସାଇଡ ମରିଦେବାରୁ ଏହି ଦୁର୍ଘଟଣା ଘଟିଥିବ ସୂଚନା ମିଳିଛି । ତେବେ ଇଣ୍ଡିଗୋଟି ରାଜପଥ ପାର୍ଶ୍ୱ ଖାଲକୁ ଗଳି ପଡିଥିଲା । ଓମନି ଗାଡିଟି ମଧ୍ୟ ରାସ୍ତା ଉପରେ ଓଲଟି ପଡିଥିଲା ।

ଇଣ୍ଡିଗୋରେ କେବଳ ଡ୍ରାଇଭର ଥିବା ବେଳେ ଓମିନି ରେ ୩ ଜଣ ଯାତ୍ରୀ ଥିଲେ । ଓମିନି ଡ୍ରାଇଭରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି । ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ