PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ବସ୍‌ ମାଲିକଙ୍କ ଉପରେ କରୋନା ଚଡ଼କ: ୬ ମାସ ଇଏମ୍‌ଆଇ, ସୁଧ ଛାଡ଼ କରିବାକୁ ସରକାରଙ୍କୁ ସ୍ମାରକପତ୍ର

କଟକ: କରୋନାର ଦ୍ୱିତୀୟ ଲହର ବସ୍‌ ବ୍ୟବସାୟକୁ ବହୁମାତ୍ରାରେ କ୍ଷତିଗ୍ରସ୍ତ କରିଛି । ଏପଟେ ଇନସ୍ୟୁରାନ୍ସ କମ୍ପାନୀଠାରୁ ଆରମ୍ଭ କରି ବ୍ୟାଙ୍କ୍‌ ସବୁଆଡୁ ଚାପ । ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟ ସୁବିଧା ଦେବାକୁ ରାଜି ନୁହେଁ । ଦୁଇ ମାସ ଧରି ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଥିଲା ବେଳେ ଯଦି ଏହିଭଳି ଭାବେ ବସ୍‌ ମାଲିକଙ୍କ ଉପରେ ଆର୍ଥିକ ଚାପ ସୃଷ୍ଟି ହୁଏ ତାହେଲେ ରାଜ୍ୟରେ ପରିବହନ ବ୍ୟବସ୍ଥା ଭୁଶୁଡିଯିବ ବୋଲି ରାଜ୍ୟ ବସ୍‌ ମାଲିକ ସଂଘ ଆଶଙ୍କା ବ୍ୟକ୍ତ କରିଛି । ତେଣୁ ୬ ମାସ ପାଇଁ ଇଏମ୍‌ଆଇ ଓ ସୁଧ ଛାଡ଼ ପାଇଁ ନିବେଦନ କରିଛି ବସ୍‌ ମାଲିକ ସଂଘ । ଏହି ମର୍ମରେ ବସ୍‌ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ।

ସଂଘର କହିବା କଥା, ବର୍ତ୍ତମାନ ବସ୍‌ ଚାଲୁନଥିଲେ ମଧ୍ୟ ମାଲିକଙ୍କୁ ବ୍ୟାଙ୍କ ପକ୍ଷରୁ ଋଣର ଇଏମ୍‌ଆଇ ସୁଧ ସହିତ ଦେବାକୁ କୁହାଯାଉଛି । ବସ୍‌ ଚାଲୁନଥିଲା ବେଳେ ଜଣେ ମାଲିକଙ୍କୁ ଇଏମ୍‌ଆଇ ସୁଧ ସହିତ ଦେବା କଷ୍ଟକର । ଏଭଳି କ୍ଷେତ୍ରରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଆସନ୍ତା ୬ମାସ ପାଇଁ ସୁଧ ଛାଡ କରିବା ଲାଗି ରାଜ୍ୟ ସରକାର ବ୍ୟାଙ୍କ୍‌ଗୁଡିକୁ ପରାମର୍ଶ ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।

ସେହିପରି ବର୍ତ୍ତମାନ ବସ୍‌ ଠିଆ ହୋଇ ରହିଥିବାରୁ ତୃତୀୟ ପକ୍ଷ କ୍ଲେମ୍‌ ବୀମାରାଶି (ଥାର୍ଡ ପାର୍ଟି କ୍ଲେମ୍‌) ନାହିଁ । ତେଣୁ ଇନସ୍ୟୁରାନ୍ସ କମ୍ପାନୀଗୁଡିକ ଏହି ସୁବିଧା ଆସନ୍ତା ଦୁଇ ମାସ ଲାଗି ବୃଦ୍ଧି କରିବାକୁ କୁହାଯାଇଛି । ବସ୍‌ଗୁଡିକର ଯେଉଁସବୁ ଡକ୍ୟୁମେଣ୍ଟର ବୈଧତା ଆସନ୍ତା ୩୦ ତାରିଖରେ ଶେଷ ହେଉଛି ସେସବୁର ବୈଧତାକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ମଧ୍ୟ ସଂଘ ପକ୍ଷରୁ କୁହାଯାଇଛି ।